Categories: ଜାତୀୟ

କର୍ନାଟକରେ ପ୍ରଧାନମନ୍ତ୍ରୀଙ୍କ ହେବ ୨୨ ରାଲି

ବେଙ୍ଗାଲୁରୁ,୨୭ା୪: କର୍ନାଟକ ବିଧାନସଭା ନିର୍ବାଚନ ମେ’ ୧୦ରେ ଅନୁଷ୍ଠିତ ହେବା। ଏନେଇ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାରକୁ ଜୋର୍‌ଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୯ତାରିଖରୁ କର୍ନାଟକ ପ୍ରଚାରର ମଙ୍ଗ ଧରିବେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ଦିନରେ ୨୨ ରାଲିରେ ଯୋଗଦେବାର କାର୍ଯକ୍ରମ ରହିଛି। ଶନିବାର ବେଙ୍ଗାଲୁରୁରେ ଏକ ବିଶାଳ ରୋଡ୍‌ଶୋ’ରେ ପ୍ରଧାନମନ୍ତ୍ରୀ ସାମିଲ ହେବେ। ସେ ପ୍ରତି ଗସ୍ତରେ ୩ରୁ ଅଧିକ ରାଲିରେ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଏପ୍ରିଲ ୨୯ରେ ପ୍ରଧାନମନ୍ତ୍ରୀ ହୁମ୍‌ନାବାଦ, ବିଜୟପୁରା, କୁଡ଼ାଚି ଏବଂ ବେଙ୍ଗାଲୁରୁ ଉତ୍ତରରେ ରାଲି କରିବାକୁ ଥିବା ବେଳେ ୩୦ରେ କୋଲାର, ଚନ୍ନାପାଟ୍ଟନା ଏବଂ ବେଲୁରରେ, ମେ’ ୨ରେ ଚିତ୍ରଦୁର୍ଗ, ବିଜୟନଗର, ସନ୍ଧନୁର ଓ କଳାବର୍ଗୀରେ ସଭା କରିବେ। ସେହିପରି ୩ରେ ମୁଦାବିଦ୍ରି, କରଓ୍ବାଲ ଏବଂ କିଟ୍ଟୁରରେ, ୬ ତାରିଖରେ ଚିତ୍ତପୁର, ନଞ୍ଜାଙ୍ଗୁଦ୍‌, ତୁମାକୁରୁ ରୁରାଲ, ବେଙ୍ଗାଲୁରୁ ଦକ୍ଷିଣ, ୭ରେ ବାଦାମୀ, ହାଭେରି, ଶିବମୋଗା ରୁରାଲ ଏବଂ ବେଙ୍ଗାଲୁରୁ ସେଣ୍ଟ୍ରାଲରେ ମୋଦି ରାଲି କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

Share