Categories: ଫୁରସତ

୫୩ ବର୍ଷୀୟ ବ୍ୟକ୍ତିଙ୍କ ପ୍ରେମରେ ୨୨ ବର୍ଷୀୟ ଯୁବତୀ, ଏବେ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ

କୁହାଯାଏ ପ୍ରେମରେ ପଡ଼ିଥିବା ମଣିଷ ବୟସ ନା ଜାତି ନା ଧର୍ମ ଦେଖେନା। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଜଣେ ୨୨ ବର୍ଷୀୟ ଯୁବତୀ ଜଣେ ୫୩ ବର୍ଷୀୟ ବ୍ୟକ୍ତିଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ଦେଖାଯାଇଛି। କାରଣ ଯୁବତୀଜଣଙ୍କ ତାଙ୍କ ପାଇଁ ଜୀବନ ବି ଦେବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ଭିଡିଓ ଭାଇରାଲ ହେବା ପରେ ପ୍ରେମ ମନୁଷ୍ୟକୁ ଅନ୍ଧ କରିଦିଏ ବୋଲି ଲୋକେ ପ୍ରତିକ୍ରିୟା ଦେଉଛନ୍ତି।

ଏହି ପ୍ରେମୀଯୁଗଳ ପାର୍କରେ ଏକାସହ ବୁଲୁଥିବା ବେଳେ ଜଣେ ରିପୋର୍ଟରଙ୍କ ନଜର ତାଙ୍କ ଉପରେ ପଡ଼ିଥାଏ। ଏହାପରେ ସେ ତାଙ୍କୁ ପ୍ରଶ୍ନଉତ୍ତର କରିବାକୁ ପହଞ୍ଚି ଯାଇଥାଏ। ରିପୋର୍ଟର ବ୍ୟକ୍ତିଜଣଙ୍କୁ ବୟସ ପଚାରିବାରେ ସେ ୫୩ ବୋଲି କୁହନ୍ତି। ସେହିଭଳି ଯୁବତୀ ୨୨ ବର୍ଷ କୁହନ୍ତି। ଏହାପରେ ଯୁବତୀ ଜଣଙ୍କ ବ୍ୟକ୍ତିଙ୍କୁ ବହୁତ ଭଲପାଆନ୍ତି ବୋଲି କହିବା ସହ ତାଙ୍କ ଲାଗି ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ବୋଲି କହୁଛନ୍ତି।

ଦେଖନ୍ତୁ ଭିଡିଓ:

Share