Categories: ଜାତୀୟ

ପୁଣି ଘଟିଲା ୨୨ ବର୍ଷ ପୁରୁଣା ଘଟଣା, ଏବେ ସଂସଦ ଭିତର ହେଲା ଧୂଆଁ ଧୂଆଁ…

ନୂଆଦିଲ୍ଲୀ,୧୩।୧୨ : ୨୨ ବର୍ଷ ତଳେ ୨୦୦୧ରେ ସଂସଦ ଭବନରେ ହୋଇଥିବା ଆକ୍ରମଣର ପୂନରାବୃତ୍ତି ହୋଇଛି। ଲୋକସଭାରେ ୩ ଯୁବକ ହଠାତ ଭିଜିଟର ଗ୍ୟାଲେରୀରୁ ଡେଇଁ ପଡି ତା’ପରେ ସିଟ ଉପରେ ଠିଆ ହୋଇ ଜୋତା ଖୋଲି. ସେଥିରୁ ବୋମା ପରି କିଛି ବାହାର କରି ଜୋରରେ ଚିତ୍କାର କରି ଗୃହକୁ ଧୂଆଁ ଧୂଆଁ କରି ଦେଇଛନ୍ତି। ଘଟଣା ସମୟରେ ସଂସଦରେ ଉପସ୍ଥିତ ଥିବା ଏମପି ରମା ଦେବୀ। ଏହି ଘଟଣାକୁ ତାଙ୍କ ଆଖି ଆଗରେ ଦେଖିଥିଲେ।

ରମା ଦେବୀ କହିଛନ୍ତି ସଂସଦରେ ଏହି ଘଟଣା ଘଟିଥିବା ବେଳେ ସେ ସେଠାରେ ଉପସ୍ଥିତ ଥିଲେ। ସେ କହିଛନ୍ତି କିଛି ସମୟ ପୂର୍ବରୁ ସେ ଖାଲିସ୍ତାନର ପନ୍ନୁ ବିଷୟରେ ଖବରକାଗଜରେ ପଢ଼ିଥିଲେ ସେ ୧୩ ଡିସେମ୍ବରରେ ଶହୀଦ ଦିବସରେ ସଂସଦରେ କିଛି କରିବାକୁ ଯାଉଛନ୍ତି । ସେତେବେଳେ ଆମେ ଭାବୁଥିଲୁ ସେ କେବଳ କହୁଛନ୍ତି, କିନ୍ତୁ ଆଜି ସଂସଦରେ ଚାଲିଥିବା ପ୍ରକ୍ରିୟା ସମୟରେ ଯୁବକମାନେ କରିଥିବା କାଣ୍ଡ ନିଶ୍ଚିତ ଭାବେ ଚିନ୍ତାର ବିଷୟ।

ବୁଧବାର ସଂସଦ ଉପରେ ଆକ୍ରମଣର ୨୨ ତମ ବାର୍ଷିକୀ ପାଳନ କରାଯିବା ବେଳେ ଏଭଳି ପରିସ୍ଥିତିରେ ସଂସଦର ଲୋକସଭାରେ ସୁରକ୍ଷାକୁ ନେଇ ଏହି ଘଟଣା ସମସ୍ତଙ୍କୁ ବିବ୍ରତ କରିଛି। ୨୨ ବର୍ଷ ପୂର୍ବେ ଏହି ଦିନ ଲଶ୍କର-ଇ-ତୋଏବା ଏବଂ ଜୈଶ-ଇ-ମହମ୍ମଦ ସଂଗଠନର ପାଞ୍ଚଜଣ ସଶସ୍ତ୍ର ଆତଙ୍କବାଦୀ ସଂସଦ କମ୍ପ୍ଲେକ୍ସ ଉପରେ ଆକ୍ରମଣ କରିଥିଲେ। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା।

 

 

Share