Categories: ଖେଳ

୨୨ ବର୍ଷୀୟ ଜଶସ୍ବୀ ଜୟସ୍ବାଲ କଲେ ‘ବିରାଟ’ ରେକର୍ଡ, ହେଲେ କୋହଲିଙ୍କ ସମକକ୍ଷ

ରାଞ୍ଚି,୨୬।୨: ଇଂଲଣ୍ଡ ବିପକ୍ଷ ରାଞ୍ଚି ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଜଶସ୍ବୀ ଜୟସ୍ବାଲ ୪୪ ବଲରେ ୩୭ ରନ ଖେଳିଥିଲେ। ଏହି ଇନିଂସ ସହ ସେ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସର୍ବାଧିକ ରନ ସଂଗ୍ରହ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ତାଲିକାରେ ବିରାଟ କୋହଲିଙ୍କ ସହ ଜସଶ୍ୱୀ ଜୟସ୍ବାଲ ମିଳିତ ନମ୍ବର-୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହି ସିରିଜରେ ସେ ୬୫୫ ରନ ସଂଗ୍ରହ କରିଛନ୍ତି। ବିରାଟ କୋହଲି ୨୦୧୬ରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ଟେଷ୍ଟ ସିରିଜରେ ୬୫୫ ରନ ସ୍କୋର କରିଥିଲେ।
ଏହିପରି ଜଶସ୍ବୀଙ୍କୁ ବିରାଟ କୋହଲିଙ୍କୁ ଧର୍ମଶାଳା ଟେଷ୍ଟରେ ପଛରେ ପକାଇବାର ସୁଯୋଗ ମିଳିବ। ସେ ମାତ୍ର ୧ ରନ ସ୍କୋର କରିବା ପରେ ବିରାଟ କୋହଲିଙ୍କୁ ଛପପଛରେ ପକାଇବେ। ଜଶସ୍ବୀଙ୍କ ପାଇଁ ଏହି ସିରିଜ ବହୁତ ଭଲ ଚାଲିଛି। ଏପର୍ଯ୍ୟନ୍ତ ଜଶସ୍ବୀ ଏହି ସିରିଜରେ ୨ଟି ଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ସେ ଦୁଇଥର ଅର୍ଦ୍ଧଶତକ ମାର୍କ ଅତିକ୍ରମ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସର୍ବାଧିକ ରନ ସଂଗ୍ରହ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ତାଲିକାରେ ଜଶସ୍ବୀ ଏବଂ ବିରାଟ କୋହଲି ଶୀର୍ଷରେ ଅଛନ୍ତି। ଉଭୟଙ୍କ ନାମରେ ୬୫୫ ରନ ଅଛି।
ଏହା ପରେ ରାହୁଲ ଦ୍ରାବିଡ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୨୦୦୨ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରାହୁଲ ଦ୍ରାବିଡ ୬୦୨ ରନ ସ୍କୋର କରିଥିଲେ। ବିରାଟ କୋହଲି ପୁଣି ତିନି ନମ୍ବରରେ ଅଛନ୍ତି। ଏହି ବ୍ୟାଟ୍ସମ୍ୟାନ ୨୦୧୮ରେ ୫୯୩ ରନ ସ୍କୋର କରିଥିଲେ। ତେବେ ବିଜୟ ମଞ୍ଜରେକର ପଞ୍ଚମ ସ୍ଥାନରେ ଅଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ବିଜୟ ମଞ୍ଜରେକର ୫୮୬ ରନ ସଂଗ୍ରହ କରିଥିଲେ। ୧୯୬୧ରେ ସେ ଏହି ସଫଳତା କରିଥିଲେ।

Share