Posted inଜାତୀୟ

୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ, ପରିବାରକୁ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଦେଲା ଡାକ୍ତରଖାନା

ଭୋପାଳ, ୧୧।୮: ମଧ୍ୟପ୍ରଦେଶର ରେୱାରେ ସ୍ବାସ୍ଥ୍ୟ ବିଭାଗର ଏକ ବଡ଼ ଅବହେଳା ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ଡାକ୍ତରଖାନାରେ ଜଣେ ୨୨ ବର୍ଷ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା, କିନ୍ତୁ ୬୨ ବର୍ଷ ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଅବହେଳାର ଏହି ବଡ ଘଟଣା ପ୍ରକାଶ ପାଇବା ମାତ୍ରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେଥିରେ ସମ୍ପୃକ୍ତ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି। ଏହି ଚରମ ଅବହେଳା ହେତୁ ମୃତକଙ୍କ ପରିବାର ଡାକ୍ତରଖାନା ବାହାରେ ଉତ୍ତେଜନା ସୃଷ୍ଟି କରି ମୃତଦେହ ନେବାକୁ ମନା କରିଦେଇଥିଲେ। ପରିବାର ସଦସ୍ୟ ଏହାକୁ ବିରୋଧ କରିଥିଲେ ଯେ ସେମାନଙ୍କୁ ଅନ୍ୟର ମୃତଦେହ ହସ୍ତାନ୍ତର କରାଯାଇଛି। ମୃତ ଯୁବକଙ୍କ ପିତା ରାମବିଳାସ କୁଶୱାହା କହିଛନ୍ତି ଯେ, ତାଙ୍କ ପୁଅଙ୍କ ଶବଦାହ କରାଯାଇଛି ବୋଲି ଜିଲା ମୁଖ୍ୟ ଚିକିତ୍ସା ଓ ସ୍ବାସ୍ଥ୍ୟ ଅଧିକାରୀ (ସିଏମଏଚଓ) ସୂଚନା ଦେଇଛନ୍ତି। ଏହି ଅବହେଳା ପ୍ରକାଶ ପାଇବା ପରେ ଡାକ୍ତରଖାନାର ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି।

ଶରୀରରେ ଯନ୍ତ୍ରଣା ହେବାରୁ ୨୨ ବର୍ଷୀୟ ଯୁବକଙ୍କୁ ଅଗଷ୍ଟ ୩ରେ ସଞ୍ଜୟ ଗାନ୍ଧୀ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଯନ୍ତ୍ରଣା ହେବା ପରେ ତାଙ୍କୁ ପ୍ରଥମେ ମୌଗଞ୍ଜରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଡାକ୍ତରମାନେ ଯୁବକଙ୍କୁ କୋଭିଡ କେନ୍ଦ୍ରକୁ ପଠାଇଥିେଲେ। ମୃତ ଯୁବକଙ୍କ ପିତା କହିଛନ୍ତି ଯେ, ତାଙ୍କ ପୁଅ ଯେବେଠାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଡାକ୍ତରମାନେ ତାଙ୍କ ବିଷୟରେ କୌଣସି ସୂଚନା ଦେଇ ନ ଥିଲେ। ୩-୪ ଦିନ ପରେ ପରିବାର ଲୋକେ ପୁଅ ବିଷୟରେ ଜାଣିବା ପାଇଁ ଚାହିଁଲେ ସେବେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ। ହସ୍ପିଟାଲକୁ ଆସି ମୃତଦେହ ଚିହ୍ନି ନେବାକୁ କହିଥିଲେ। ମୃତ ପୁଅର ଟ୍ୟାଗ୍‌ ଲାଗିଥିବା ବ୍ୟାଗ୍‌ ଖୋଲିବାରୁ ଜଣେ ବୃଦ୍ଧଙ୍କ ମୃତଦେହ ଦେଖିବାକୁ ମିଳିଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାତରେ ଖସିଲା ସେନା ଗାଡ଼ି: ୫ ଯବାନ ମୃତ

ମେନ୍ଧର/ଜମ୍ମୁ,୨୪ା୧୨: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ସେନା ଗାଡ଼ି ପ୍ରାୟ ୩୫୦ ଫୁଟ୍‌ ଗଭୀର ଖାତକୁ ଖସିପଡ଼ିବାରୁ ୫ ଯବାନଙ୍କ ମୃତ୍ୟୁ ଘଟିବା...

ବଳାତ୍କାର, ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଦିଅ

ନୂଆଦିଲ୍ଲୀ,୨୪ା୧୨ : ବଳାତ୍କାର, ଏସିଡ୍‌ ଆକ୍ରମଣ ପୀଡ଼ିତା, ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍‌ସୋ) ମାମଲାରେ ପୀଡ଼ିତା ସରକାରୀ ଓ ଘରୋଇ ହସ୍ପିଟାଲ ସମେତ ନର୍ସିଂହୋମ୍‌ଗୁଡ଼ିକରେ...

ପୁଞ୍ଚ୍‌ରେ ୩୫୦ ଫୁଟ୍‌ ତଳକୁ ଖସିଲା ସେନା ଗାଡ଼ି: ୫ ଯବାନଙ୍କ ମୃତ୍ୟୁ, ୩ ଆହତ…

ମେନ୍ଧର/ଜମ୍ମୁ,୨୪ା୧୨ : ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ସନ୍ଧ୍ୟାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସେନା ଗାଡ଼ି ୩୫୦ ଫୁଟ୍‌ ଗଭୀର ଖାତକୁ...

ଇସ୍ତଫା ଦେଲେ ରଘୁବର ଦାସ, ରାଜନୀତିକୁ ପୁଣି ଫେରିବେ!

ଭୁବନେଶ୍ୱର,୨୪।୧୨: ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ତାଙ୍କ ସ୍ଥାନରେ ହରି ବାବୁ କମ୍ଭମପତି ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛନ୍ତି। ରଘୁବରଙ୍କ ଇସ୍ତଫା...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

ନାଗା ସାଧୁ କିଏ? ଜାଣନ୍ତୁ ଏମାନଙ୍କର ଜୀବନ ସହ ଜଡ଼ିତ ରହସ୍ୟମୟ କଥା…

ନୂଆଦିଲ୍ଲୀ,୨୪।୧୨: ଗଙ୍ଗା କୂଳରେ, ସୂର୍ଯ୍ୟଙ୍କ ପ୍ରଥମ କିରଣରେ ଜିଇଁ ଉଠୁଥିବା ଶୀତୁଆ ସକାଳରେ ଏକ ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ପାଉଁଶ ବୋଳା ଉଲଗ୍ନ...

କୋଲକାତାର ରାସ୍ତାରୁ ଗାଏବ ହେଉଛି ‘ହଳଦିଆ ଟ୍ୟାକ୍ସି’, ଶୀଘ୍ର ପାଲଟିବ ଇତିହାସ…! 

କୋଲକାତା,୨୪।୧୨: ସ୍ବପ୍ନର ସହର କୋଲକାତା। ଭିକ୍ଟୋରିଆ ମେମୋରିଆଲ, ହାଓ୍ବଡା ବ୍ରିଜ, ରସଗୋଲା, ଟ୍ରାମ ଏବଂ ହଳଦିଆ ଟାକ୍ସି ଆଦି ଏହାର ପରିଚୟ ବୋଲି କୁହାଯାଏ। ଏସବୁ...

କୋର୍ଟରୁମ୍‌ରେ ବିଚାରପତିଙ୍କୁ ଚପଲ ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ,୨୪ା୧୨:ମହାରାଷ୍ଟ୍ର ଠାଣେ ଜିଲାର ଏକ ସେସନ୍ସ କୋର୍ଟରେ ଶନିବାର ଅପରାହ୍ନରେ ଶୁଣାଣି ବେଳେ ଜଣେ ୨୨ ବର୍ଷୀୟ ହତ୍ୟା ଅଭିଯୁକ୍ତ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri