Categories: ଜାତୀୟ

ଅନ୍ନଦାତା ଆନ୍ଦୋଳନରୁ ଫେରିବା ପରେ ଆତ୍ମହତ୍ୟା କଲେ ଯୁବ ଚାଷୀ

ନୂଆଦିଲ୍ଲୀ,୨୦।୧୨: ଦେଶର ରାଜଧାନୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନର ସମର୍ଥନରେ ପୁଣି ଜଣେ କୃଷକ ଆତ୍ମହତ୍ୟା କରିଛନ୍ତି। ଆନ୍ଦୋଳନସ୍ଥଳରୁ ଫେରିଥିବା ଜଣେ ୨୨ ବର୍ଷୀୟ ପଞ୍ଜାବ କୃଷକ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଭଟିଣ୍ଡା ଜିଲାର ଦୟାଲପୁରା ମିର୍ଜା ଗାଁ ବାସୀନ୍ଦା ଗୁରଲାଭ ସିଂହ ଦିଲ୍ଲୀ ସୀମାରେ କୃଷକଙ୍କ ସହ ବିକ୍ଷୋଭ କରୁଥିଲେ। ସେ ଗତ ଶୁକ୍ରବାର ଗାଁକୁ ଫେରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ତାଙ୍କ ଘରୁ ଶନିବାର ବିଷାକ୍ତ ପଦାର୍ଥ ଜବତ କରିଛି ପୋଲିସ।

ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତୁ ଘୋଷଣା କରିଥିଲେ ଡାକ୍ତର। ତେବେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଆତ୍ମହତ୍ୟା କରିବାର ଏହା ପ୍ରଥମ ଘଟଣା ନୁହେଁ। କିଛି ଦିନ ତଳେ ହରିୟାଣାର ଜଣେ ଶିଖ ଗୁରୁ ମଧ୍ୟ ଆନ୍ଦୋଳନସ୍ଥଳରେ ଆତ୍ମହତ୍ୟା କରିଥିଲେ।

Share