ଫିଲିପାଇନ୍ସ ଜଳସୀମାରେ ୨୨୦ ଚାଇନା ଜାହାଜ

ମାନିଲା,୨୨।୩: ଦକ୍ଷିଣ ଚାଇନା ସାଗରର ବିବାଦୀୟ ଅଞ୍ଚଳରେ ଚାଇନାର ୨୨୦ ଜାହାଜ ପଇଁତରା ମାରିବା ଘଟଣାରେ ଫିଲିପାଇନ୍ସ ଉଦ୍‌ବେଗ ପ୍ରକାଶ କରିଛି। ମାର୍ଚ୍ଚ ୭ରେ ଏହି ଜାହାଜଗୁଡ଼ିକ ହ୍ବିସୁନ୍‌ ରିଫ୍‌ ନିକଟରେ ଲଙ୍ଗର ପକାଇଥିବା ଫିଲିପାଇନ୍ସ ତଟସୁରକ୍ଷା ବାହିନୀ ଦେଖିବାକୁ ପାଇଥିଲା। ଏହି ଜାହାଜଗୁଡ଼ିକରେ ଚାଇନା ସାମୁଦ୍ରିକ ମିଲିସିଆମାନେ ଥିଲେ ବୋଲି ବିଶ୍ୱାସ କରାଯାଉଛି। ଉକ୍ତ ଅଞ୍ଚଳ ଫିଲିପାଇନ୍ସର ଅର୍ଥନୈତିକ କ୍ଷେତ୍ର ମଧ୍ୟରେ ଆସୁଛି।

Share