ରାଜଧାନୀରେ ମାଡୁଛି କରୋନା: ଆଜି ଚିହ୍ନଟ ହେଲେ ଆଉ ୨୨୦, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଦିନକୁ ଦିନ ରାଜଧାନୀରେ କରୋନା ସ୍ଥିତି ଜଟିଳ ହୋଇ ପଡ଼ୁଛି। ମଙ୍ଗଳବାର ଭୁବନେଶ୍ୱରରୁ ୨୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩୬ କ୍ୱାରାଣ୍ଟାଇନ୍‌ ମାମଲା ଥିବା ବେଳେ ୮୪ ଲୋକାଲ କେସ୍‌ ରହିଛି। ସେହିଭଳି ୧୨୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୫୭୦୭ରେ ପହଞ୍ଚିଛି। ସେଥିରୁ ୩୬୯୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୮୩ ଆକ୍ଟିଭ୍‌ କେସ୍‌ ଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share