୨୨୦ ତୀର୍ଥ ଯାତ୍ରୀଙ୍କ ଗୟା, ବାରାଣସୀ ଯାତ୍ରା

ଭବାନୀପାଟଣା,୨୮।୧(ଉତ୍ତମ କୁମାର ଦାଶ): ଭବାନୀପାଟଣାସ୍ଥିତ ରେଡକ୍ରସ କଲ୍ୟାଣ ମଣ୍ଡପଠାରେ କଳାହାଣ୍ଡି ଜିଲାର ୨୨୦ ତୀର୍ଥ ଯାତ୍ରୀଙ୍କ ଗୟା ଓ ବାରାଣସୀ ଯାତ୍ରା ଆରମ୍ଭ କରିଛନ୍ତି। ଭତୀର୍ଥ ଯାତ୍ରୀ ବାନୀପାଟଣାରୁ ୬ଟି ବସ୍‌ ଯୋଗେ ରାୟଗଡ଼ାକୁ ଯାଇ ସେଠାରୁ ରେଳ ଯୋଗେ ଗୟା ଓ ବାରାଣସୀ ଯିବେ ବୋଲି ଜଣାପଡିଛି। ସେମାନଙ୍କ ଦାୟିତ୍ୱ ନିର୍ବାହ ପାଇଁ ଜିଲାର ୭ଜଣ ଏସ୍କର୍ଟ ଅଫିସରଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଦାୟିତ୍ୱ ଦିଆଯାଇଛି।

ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲାପାଳ ତ୍ରିଲୋଚନ ପାତ୍ର ଯୋଗଦେଇ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ଶୁଭକାମନା ଓ ଅଭିନନ୍ଦନ ଜଣାଇଥିଲେ। ପରେ ସବୁଜ ପତାକା ପ୍ରଦର୍ଶନ କରି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ସମୟରେ ଜିଲା ପ୍ରଶାସନ ପକ୍ଷରୁ ଓରମାସର ଉପକାର୍ଯ୍ୟ ନିର୍ବାହୀ ଅଧିକାରୀ ଜଜ୍‌ ଏମ୍‌ କେରକେଟା ଓ ଜିଲା ପର୍ଯ୍ୟଟନ ଅଧିକାରୀ ସୁବୋଧ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ।