୨୨୦ ଓଏଏସ୍‌ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର, ୨୩ା୧୦(ସୁନିତ୍‌ ମିଶ୍ର): ଓଏଏସ୍‌ ଅଫିସର ସ୍ତରରେ ରାଜ୍ୟ ସରକାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୨୨୦ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି। ବଦଳି ସହ ସମସ୍ତ ଅଧିକାରୀଙ୍କୁ ବିଭାଗ ଦ୍ୱାରା ସେଣ୍ଟ୍ରାଲୀ ରିଲିଭ୍‌ କରାଯାଇଛି। ଆସନ୍ତା ୨୫ ତାରିଖ ସୁଦ୍ଧା ନିଜ ନୂଆ ସ୍ଥାନରେ ଯୋଗଦେବାକୁ ସେମାନଙ୍କ ଉକ୍ତ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି। ପୂଜା ଛୁଟି ଥିବା ସତ୍ତ୍ବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ବଦଳି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତିରେ ସେପ୍ଟେମ୍ବର ୧୨ ଓ ଅକ୍ଟୋବର ୧୩ରେ ଯେଉଁ ଓଏଏସ୍‌ ଅଧିକାରୀଙ୍କ ବଦଳି କରାଯାଇଥିଲା ସେମାନଙ୍କୁ ମଧ୍ୟ ସେଣ୍ଟ୍ରାଲୀ ରିଲିଭ୍‌ କରାଗଲା ବୋଲି ଉଲ୍ଲେଖ ରହିଛି।

Share