ଯୁଦ୍ଧ ନ ଲଢ଼ି ଦେଶ ଛାଡ଼ି ପଳାଉଥିବା ୨୨୦୦ ୟୁକ୍ରେନ୍‌ ଯୁବକ ଗିରଫ…

କ୍ୱିଭ୍‌, ୧୧।୪ : ରୁଷିଆ ୟୁକ୍ରେନ ଯୁଦ୍ଧ ଲାଗି ରହିଛି। ଏପରିସ୍ଥଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁକ୍ରେନ୍‌ର ଯୁବକଙ୍କୁ ଶ୍‌ତ୍ରୁ ବିରୋଧରେ ଯୁଦ୍ଧ ଲଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଦେଶରେ ମାର୍ଶଲ ଲ’ ଘୋଷଣା କରାଯାଇଛି। ଏହାର ଉଲ୍ଲଂଘନ କରି ଯୁଦ୍ଧ ନ ଲଢ଼ି ଦେଶ ଛାଡ଼ି ପଳାଉଥିବା ୨୨୦୦ ୟୁକ୍ରେନ୍‌ ଯୁବକଙ୍କୁ ଗିରଫ କରାଯାଇଛି।

ୟୁକ୍ରେନ୍‌ ବର୍ଡର ଗାର୍ଡ ଏଜେନ୍ସି ସେମାନଙ୍କୁ ଗିରଫ କରିଛି। ସେମାନଙ୍କ କେତେକ ଯୁବକ ମିଥ୍ୟା କାଗଜ ପତ୍ର ଦେଖାଇ ଦେଶଛାଡ଼ିବାର ଉଦ୍ୟମ କରୁଥିଲେ। ସେହିପରି କିଛି ଯୁବକ ସୀମା ରକ୍ଷକଙ୍କୁ ଲାଞ୍ଚ ଦେବାର ପ୍ରୟାସ କରିଥିବା ଅଭିଯୋଗ ହୋଇଛି।

ମାର୍ଶଲ ଲ’ ଅନ୍ତର୍ଗତ ୧୮ରୁ ୬୦ ବର୍ଷ ବୟସ୍କ ପୁରୁଷଙ୍କୁ ୟୁକ୍ରେନ୍‌ ଛାଡ଼ିବାର ଅନୁମତି ନାହିଁ। ତେବେ ବହୁ ଲୋକ କାପୋଥିୟନ୍‌ ପାହାଡ଼ ବାଟେ ଦେଶ ଛାଡ଼ିବାକୁ ଉଦ୍ୟମ କରୁଥିବା ସମୟରେ ଖରାପ ପାଗ ଯୋଗୁ ସଙ୍କଟରେ ପଡ଼ିଛନ୍ତି। ବହୁ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ସଂଖ୍ୟା କେତେ ତାହା ବର୍ଡର ଗାର୍ଡ ଏଜେନ୍ସି ପକ୍ଷରୁ କୁହାଯାଇ ନାହିଁ।

Share