ବାଇକ୍‌ ଚାଳକଙ୍କୁ ୨୨ ହଜାର ଫାଇନ୍‌

ସୁନ୍ଦରଗଡ,୨୭।୧୨(ଡି.ଏନ୍‌.ଏ.): ମଦ ପିଇ ଗାଡ଼ି ଚଲାଇବା ବାଇକ୍‌ ଚାଳକଙ୍କୁ ପଡିଲା ମହଙ୍ଗା। ଏ ନେଇ ୨୨ ହଜାର ୫ ଶହ ଫାଇନ୍‌ ଗଣିଛନ୍ତି। ସୁନ୍ଦରଗଡ଼ ପରିବହନ ବିଭାଗ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ରାଜଗାଙ୍ଗପୁର ବିଜୁ ଏକ୍ସପ୍ରେସ ୱେରେ ଚେକିଂ ଚାଲିଥିବା ବେଳେ ଏହି କରାଯାଇଛି ଏହି ଫାଇନ । ବାଇକ ଚାଳକ ଜଣଙ୍କ ମଦ ପିଇବା ସହ ତାଙ୍କ ଡିଏଲ , ବାଇକର ଇନ୍ସୁରାନ୍ସ ନଥିବାରୁ ଏହି ଫାଇନ କରିଛି ପରିବହନ ବିଭାଗ। ବାଇକ୍‌ଟିକୁ ରାଜଗାଙ୍ଗପୁର ଥାନାରେ ଅଟକ ରଖାଯାଇଛି।

Share