ଗୋଟିଏ ଦିନରେ ୧୩ କରୋନା ଆକ୍ରାନ୍ତ: ଯାଜପୁର ୫, ସୁନ୍ଦରଗଡ଼ ୧, ଭଦ୍ରକ ୫, ବାଲେଶ୍ୱର ୨

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ସୋମବାର ଗୋଟିଏ ଦିନରେ ରାଜ୍ୟରେ ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକାଳେ ୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୬ଟି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ଅପରାହ୍ନରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲା(ଯାଜପୁର ବ୍ଲକର ୩, କୋରେଇ ବ୍ଲକର ୧ ଓ ଦଶରଥପୁର ବ୍ଲକର ୧)ର ୫ ଏବଂ ସୁନ୍ଦରଗଡ଼ ଜିଲା( ବିସ୍ରା ଅଞ୍ଚଳର ) ୧ ବୋଲି ସୂଚନା ଦିଆଯାଇଛି।
ସକାଳେ ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକ ଜିଲାର ୫ ଓ ବାଲେଶ୍ୱର ଜିଲାର ୨ ରହିଛନ୍ତି।

Share