ଆଜି ରାଜ୍ୟରୁ ୨୨୨ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୪।୧(ବ୍ୟୁରୋ): ଗୁରୁବାର ରାଜ୍ୟରେ ୨୨୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୭୬୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୨୭ ଜଣ ଚିହ୍ନଟ ହୋଇଥିବା ବେଳେ ୯୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଅନୁଗୋଳ ସର୍ବାଧିକ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୪ ଏବଂ ଝାରସୁଗୁଡ଼ାରୁ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ୭, ବରଗଡ଼ ୨୨, ଭଦ୍ରକ ୫, ବଲାଙ୍ଗୀର ୩, ବୌଦ୍ଧ ୩, କଟକ ୮, ଦେବଗଡ଼ ୧, ଗଜପତି ୩, ଜଗତସିଂହପୁର ୧, ଯାଜପୁର ୯, କଳାହାଣ୍ଡି ୧, କେନ୍ଦୁଝର ୫, ଖୋର୍ଦ୍ଧା ୧୨, କୋରାପୁଟ ୧, ମୟୂରଭଞ୍ଜ ୬, ନୟାଗଡ଼ ୮, ନୂଆପଡ଼ା ୮, ପୁରୀ ୧୫, ସମ୍ବଲପୁର ୨୧ ଏବଂ ସୋନପୁରରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୩।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୭୬୩ରେ ପହଞ୍ଚିଥିବା ବେଳେ ୩,୨୮,୬୨୨ଜଣ ସୁସ୍ଥ ହୋଇଛନ୍ତି। ୨୧୯୨ ଜଣ ଚିକିତ୍ସିତ ହେଉଛନ୍ତି।

Share