ରାଜ୍ୟରେ ଚିହ୍ନଟ ହେଲେ ୨୨୫ କରୋନା ଆକ୍ରାନ୍ତ

 

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟରେ ଗୁରୁବାର ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୯୩ ଜଣ ଲୋକାଲ କେସ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୫୪ ହଜାର ୬୦୬ ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୭ ଆକ୍ରାନ୍ତ ଥିବା ବେଳେ ବାଲେଶ୍ୱରରୁ ୧୨, ବରଗଡରୁ ୨, ଭଦ୍ରକରୁ ୨, ବଲାଙ୍ଗୀରରୁ ୩, କଟକରୁ ୧୧, ଦେବଗଡରୁ ୫, ଢେଙ୍କାନାଳରୁ ୧, ଗଞ୍ଜାମ ୧, ଯାଜପୁରରୁ ୪, ଝାରସୁଗୁଡାରୁ ୯, କେନ୍ଦ୍ରାପଡରୁ ୪, କେନ୍ଦୁଝରରୁ ୬, ମୟୂରଭଞ୍ଜରୁ ୧୦, ନବରଙ୍ଗପୁରରୁ ୨, ନୂଆପଡାରୁ ୪, ପୁରୀରୁ ୩, ରାୟଗଡରୁ ୨ ଆକ୍ରାନ୍ତ ଅଛନ୍ତି। ସେହିପରି ସମ୍ବଲପୁରରୁ ୨୩, ସୋନପୁରରୁ ୧, ସୁନ୍ଦରଗଡରୁ ୧୩ ଥିବା ବେଳେ ଷ୍ଟେଟ ପୁଲ୍‌ରୁ ୨୦ ଅଛନ୍ତି।

 

Share