ଭୁବନେଶ୍ୱର,୮।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିବା ବେଳେ ସୁସ୍ଥ ହାର ବଢୁଛି। ତେବେ ରାଜ୍ୟରେ ଆଉ ୨୨୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏଯାବତ୍ ୧୨ ଲକ୍ଷ ୭୫ ହଜାର ୭୬୭ ସୁସ୍ଥ ହୋଇସାରିଲେଣି। ଅନୁଗୋଳରୁ ସର୍ବାଧିକ ୩୫ ଜଣ ସୁସ୍ଥ ହୋଇଛନ୍ତି।