ଘଣ୍ଟାକୁ ୩୬୨ କିମି ବେଗରେ ଦୌଡ଼ିବ ଟ୍ରେନ

ପ୍ୟାରିସ,୧୦।୧୨: ବ୍ରିଟେନର ନୂଆ ହାଇସ୍ପିଡ୍‌ ରେଲଓ୍ବେ ଲାଇନ ଏଚ୍‌ଏସ୍‌୨ରେ ୟୁରୋପର ସବୁଠୁ ଦୂତତମ ଟ୍ରେନ ଦୌଡ଼ିବ। ଏହା ଘଣ୍ଟା ପ୍ରତି ୩୬୨ କିମି (୨୨୫ ମାଇଲ) ବେଗରେ ଚାଲିବ ବୋଲି କୁହାଯାଇଛି।

ଫ୍ରାନ୍ସର ଅଲଷ୍ଟମ ଓ ଜାପାନର ହିଟାଚି ରେଲ କମ୍ପାନୀ ମିଳିତ ଭାବେ ୫୪ ଟ୍ରେନ ନିର୍ମାଣ କରିବେ। ଏଥି ଲାଗି ସେମାନଙ୍କ ସହ ୨ ବିଲିୟନ ପାଉଣ୍ଡ (ପ୍ରାୟ ୨ ଲକ୍ଷ କୋଟି ଟଙ୍କା) ମୂଲ୍ୟର ଚୁକ୍ତି କରାଯାଇଛି। ଏହି ଦୁଇ କମ୍ପାନୀ ୟୁରୋପର ଦ୍ରୁତତମ ଟ୍ରେନ ନିର୍ମାଣ କରିବେ, ଯାହା ଘଣ୍ଟା ପ୍ରତି ସର୍ବାଧିକ ୨୨୫ ମାଇଲ (ଘଣ୍ଟା ପ୍ରତି ୩୬୨ କିଲୋମିଟର) ଗତିରେ ଚାଲିବ। ସମ୍ପୂର୍ଣ୍ଣ ବିଦ୍ୟୁତ ଚାଳିତ ଟ୍ରେନ ଲଣ୍ଡନ ଏବଂ ଇଂଲିଶ ମିଡଲାଣ୍ଡ୍ସ ମଧ୍ୟରେ ବିଚାଯାଇଥିବା ନୂଆ ଏଚ୍‌ଏସ୍‌୨ ରେଲଓ୍ବେର ପ୍ରଥମ ସେକଶନରେ ଦୌଡ଼ିବ। ଏହାଦ୍ୱାରା ୟୁକେରେ ଅଢ଼େଇ ହଜାର ଚାକିରୀ ସୃଷ୍ଟି ହେବ ବୋଲି ବ୍ରିଟେନର ପରିବହନ ସଚିବ ଗ୍ରାଣ୍ଟ ଶାପ୍ସ ବିବୃତିରେ କହିଛନ୍ତି।

Share