ରାଜ୍ୟରେ ୨ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ସୁନ୍ଦରଗଡ଼ରୁ ସର୍ବାଧିକ ୪୫୮, ଖୋର୍ଦ୍ଧାରୁ ୩୪୮ ଜଣ

ଭୁବନେଶ୍ୱର, ୧୪।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ଏହି ସଂଖ୍ୟା ୨ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୨୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୫୫,୩୫୩ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୧୪ ଜଣ କ୍ବାରାଣ୍ଟାଇନରୁ ରହିଥିବା ବେଳେ ୯୫୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ଜିଲାରୁ ୪୮ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୬୭, ବରଗଡ଼ରୁ ୧୨୦, ଭଦ୍ରକରୁ ୨୮, ବଲାଙ୍ଗୀରରୁ ୯୩, କଟକରୁ ୧୧୭, ଦେଓଗଡ଼ରୁ ୧୨, ଢେଙ୍କାନାଳରୁ ୫, ଗଜପତିରୁ ୩୧, ଗଞ୍ଜାମ ୭୦, ଜଗତସିଂହପୁରରୁ ୩୫, ଯାଜପୁରରୁ ୫୨, ଝାରସୁଗୁଡ଼ାରୁ ୫୫, କଳାହାଣ୍ଡିରୁ ୩୪, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୧୨, କେନ୍ଦୁଝରରୁ ୫୫, ଖୋର୍ଦ୍ଧାରୁ ୩୪୮, କୋରାପୁଟରୁ ୧୨, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୬୦, ନବରଙ୍ଗପୁରରୁ ୧୦୪, ନୟାଗଡ଼ରୁ ୧୯, ନୂଆପଡ଼ାରୁ ୧୦୪, ପୁରୀରୁ ୭୦, ରାୟଗଡ଼ାରୁ ୨୭, ସମ୍ବଲପୁରରୁ ୧୨୦, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୪୫୮ ଏବଂ ଷ୍ଟେର ପୋଲରୁ ୮୧ ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩,୫୫,୩୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୨୨୪୪ଟି ଆକ୍ଟିଭ କେସ ରହିଥିବା ବେଳେ ୩୪୧୧୨୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Share