ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୩.୫% ବୃଦ୍ଧି

ଭୁବନେଶ୍ୱର,୧୯।୯ (ଅଭୟ ଦାଶ): ଚଳିତ ବର୍ଷ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୧୬ ମଧ୍ୟରେ ଦେଶର ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୩.୫୧% ବୃଦ୍ଧି ଘଟି ୮.୬୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଫଳରେ ସରକାରଙ୍କ ପାଣ୍ଠିକୁ ବର୍ଷକୁ ବର୍ଷ ଭିତ୍ତିରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨୩.୫% ଅଭିବୃଦ୍ଧି ଘଟିଛି। ସେହିପରି ଆଡଭାନ୍ସ ଟ୍ୟାକ୍ସ କଲେକ୍ସନ ୨୦.୭୩% ବୃଦ୍ଧି ସହ ୩,୫୫,୪୮୧ କୋଟି ଟଙ୍କା ହୋଇଛି, ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୪.୧୬ ଲକ୍ଷ କୋଟି ଟଙ୍କାର କର୍ପୋରେଶନ୍‌ ଟ୍ୟାକ୍ସ ଏବଂ ୪.୪୭ ଲକ୍ଷ କୋଟି ଟଙ୍କାର ପର୍ଶନାଲ ଇନକମ୍‌ ଟ୍ୟାକ୍ସ ବି ଅନ୍ତର୍ଭୁକ୍ତ ରହିଛି। ଏପରିକି ସେଥିରେ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସ (ଏସ୍‌ଟିଟି) ମଧ୍ୟ ଅନ୍ତର୍ଭୁକ୍ତ ରହିଛି ବୋଲି ସୋମବାର ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଏପରିକି ସିବିଡିଟିର ସୂଚନା ଅନୁଯାୟୀ ୨୦୨୩ ଏପ୍ରିଲ ୧ରୁ ସେପ୍ଟେମ୍ବର ୧୬ ମଧ୍ୟରେ ପ୍ରୋଭିଜନାଲ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ୮,୬୫,୧୧୭ କୋଟି ଟଙ୍କା ଥିଲା, ଯାହା ୨୦୨୨ବର୍ଷ ତୁଳନାରେ ୨୩.୫% ଅଭିବୃଦ୍ଧି ଘଟିଛି। ଗତ ବର୍ଷ ଏହି ଅବଧି ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୭,୦୦,୪୧୬ କୋଟି ଟଙ୍କା ହୋଇଥିଲା। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସରକାର ୨୦୨୩ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ୧,୨୧,୯୪୪ କୋଟି ଟଙ୍କାର ରିଫଣ୍ଡ ଜାରି କରିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ମଧ୍ୟରେ କର୍ପୋରେଶନ୍‌ ଟ୍ୟାକ୍ସ ୪,୧୬,୨୧୭ କୋଟି ଟଙ୍କା ଥିବାବେଳେ ପର୍ଶନାଲ ଇନକମ ଟ୍ୟାକ୍ସ, ଯେଉଁଥିରେ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସ ମଧ୍ୟ ରହିଛି, ତାହା ୪,୪୭,୨୯୧ କୋଟି ଟଙ୍କା ରହିଛି। ସେହିପରି ପ୍ରତ୍ୟକ୍ଷ ଟିକସ ସଂଗ୍ରହ (ରିଫଣ୍ଡ ଆଡଜଷ୍ଟ କରିବା ପୂର୍ବରୁ) ୯,୮୭,୦୬୧ କୋଟି ଟଙ୍କା ଥିଲା ତେବେ ଗତ ବର୍ଷ ୮,୩୪,୪୬୯ କୋଟି ଟଙ୍କା ରହିଥିଲା। ଏଥିରେ ୧୮.୨୯% ବୃଦ୍ଧି ଘଟିଛି, ଏପରିକି ଆଡଭାନ୍ସ ଟ୍ୟାକ୍ସ କଲେକ୍ସନ ୨୦%ରୁ ଅଧିକ ରହିଛି। ୨୦୨୩ ସେପ୍ଟେମ୍ବର ୧୬ ମଧ୍ୟରେ ପ୍ରୋଭିଜନାଲ ଆଡଭାନ୍ସ ଟ୍ୟାକ୍ସ କଲେକ୍ସନ ୩,୫୫,୪୮୧ କୋଟି ଟଙ୍କା ହୋଇଥିଲା, ଯାହା ଗତ ବର୍ଷ ସମାନ ସମୟ ମଧ୍ୟରେ ୨,୯୪,୪୩୩ କୋଟି ଟଙ୍କା ଥିଲା। ଏଥିରେ ବି ୨୦.୭% ବୃଦ୍ଧି ଦେଖିବାକୁ ମିଳିଛି। ଅପରପକ୍ଷରେ ବର୍ଷକୁ ବର୍ଷ ଡାଇରେକ୍ଟ ଟ୍ୟାକ୍ସ ଓ ଆଡଭାନ୍ସ ଟ୍ୟାକ୍ସ ବୃଦ୍ଧି ସହ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ଟ୍ୟାକ୍ସ ପଦକ୍ଷେପ ସଫଳ ହେଉଥିବା ଦେଖିବାକୁ ମିଳିଛି। ଏଥିସହିତ ଟ୍ୟାକ୍ସ ସଂଗ୍ରହ ପାଇଁ ଉନ୍ନତ ଜ୍ଞାନକୌଶଳର ବ୍ୟବହାର ମଧ୍ୟ ଟ୍ୟାକ୍ସ ବୃଦ୍ଧିରେ ସହାୟକ ହେଉଛି ବୋଲି ସିବିଡିଟି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri