ଭୁବନେଶ୍ୱର,୨୨।୧: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି ଯାହା ଫଳରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ତେବେ ୨୩ ଓ ୨୪ ତାରିଖରେ ଉପକୂଳ ଓ ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଜିଲାରେ ବୃଷ୍ଟିପାତର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଥିସହ ୨୫ ତାରିଖ ମଧ୍ୟାହ୍ନ ଯାଏ କେତେକ ଜିଲାରେ କୋହୋଲା ପାଗ ରହିବ ଏବଂ ପରେ ୨୬ ତାରିଖରୁ ପାଗ ବଦଳିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।