ଶିକ୍ଷକ ପଦବୀ ପୂରଣ ପାଇଁ ୨୩ରୁ ଆବେଦନ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଖାଲି ପଡ଼ିଥିବା ୪,୬୧୯ ପଦବୀ ପୂରଣ ନିମନ୍ତେ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ପ୍ରାର୍ଥୀମାନେ ଚୁକ୍ତିଭିତ୍ତିକ ହିନ୍ଦୀ, ସଂସ୍କୃତ ଓ ପିଇଟି ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ। ବିଜ୍ଞପ୍ତି ଅନୁସାରେ, ଯୋଗ୍ୟ ପ୍ରାର୍ଥୀମାନେ କମ୍ପ୍ୟୁଟରରେ ପରୀକ୍ଷା ଦେବେ। ଚୟନ କରାଯାଇଥିବା ରାଜ୍ୟର କିଛି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହେବ। ହିନ୍ଦୀ ଶିକ୍ଷକ ପାଇଁ ୨,୦୫୫, ସଂସ୍କୃତ ଲାଗି ୧,୩୦୪ ଏବଂ ୧,୨୬୦ ପିଇଟି ଶିକ୍ଷକ ପଦବୀ ନିମନ୍ତେ ବିଜ୍ଞପ୍ତି ବାହାରିଛି। ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ମାସିକ ୧୬,୮୦୦ ଟଙ୍କା ଏବଂ ପିଇଟି ଶିକ୍ଷକ ୧୦ହଜାର ଟଙ୍କା ଦରମା ପାଇବେ। ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ୨୩ତାରିଖରୁ http://dseodisha.inକୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ସେପ୍ଟେମ୍ବର ୧୪ ଆବେଦନର ଶେଷ ତାରିଖ। ଅକ୍ଟୋବର ପ୍ରଥମ ସପ୍ତାହରେ ପରୀକ୍ଷା ହେବ। ଏସ୍‌ସି, ଏସ୍‌ଟି ଓ ଦିବ୍ୟାଙ୍ଗ ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଫି’ ୪୦୦ ଟଙ୍କା ଦେବାକୁ ପଡ଼ିବ। ବାକି ଅନ୍ୟ ପ୍ରାର୍ଥୀଙ୍କୁ ଆବେଦନ ପାଇଁ ୬୦୦ଟଙ୍କା ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଜି. ଉଦୟଗିରି, ୫ ଦିନ ଧରି ରାଜ୍ୟରେ ସବୁଠାରୁ ଥଣ୍ଡା ସହର

ଜି ଉଦୟଗିରି ୫।୧(ଶିଶିର ପଟ୍ଟନାୟକ): ଗତ ୫ଦିନ ହେବ ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି । ରବିବାର ସର୍ବନିମ୍ନ...

ଦୁଇ ଭାଜପା କର୍ମୀଙ୍କ ଉପରେ ଜାଣିଶୁଣି ହାଇଓ୍ବା ମଡ଼ାଇ ଦେଲେ ଚାଳକ, ଲିଭିଗଲା ୨ ଜୀବନଦୀପ

ସମ୍ବଲପୁର,୫ା୧(ପ୍ରମୋଦ ବହିଦାର): ବୁର୍ଲାଥାନା ଅନ୍ତର୍ଗତ ଆ.କଟାପାଲି ନିକଟରେ ବିଳମ୍ବିତ ରାତିରେଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବରିଷ୍ଠ ଭାଜପା କର୍ମୀଙ୍କ ମୃତ୍ୟୁ ଘଟିଛି। ହାଇଓ୍ବା ଧକ୍କାରେ...

ସମୁଦ୍ରରେ ପାଟ୍ରୋଲିଂବେଳେ ସ୍ପିଡ୍‌ ବୋଟ୍‌ରୁ ଖସିପଡ଼ିଲେ ପୋଲିସ କର୍ମଚାରୀ, ଭିଡିଓ ଦେଖିଲେ…

ଭୋଗରାଇ,୫ା(ପ୍ରଦୀପ ଦାସ): ବର୍ଷ ଆରମ୍ଭରୁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଏଥି ନିମନ୍ତେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପୁରୁଣା...

୭ରୁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫର୍ମ ପୂରଣ

କଟକ,୫ା୧(କାର୍ତ୍ତିକ ସାହୁ)ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ନିମନ୍ତେ ଫର୍ମ ପୂରଣ ଆସନ୍ତା ୭ରୁ ୧୭ ତାରିଖ...

ଦିଲ୍ଲୀରେ ପ୍ରଜ୍ଞାପନ ମେଢ଼କୁ ନେଇ ବଢ଼ିଲା ରାଜନୀତି: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ଭୁବନେଶ୍ୱର,୫।୧(ଅନିଲଦାସ): ଚଳିତବର୍ଷ ଦିଲ୍ଲୀର କର୍ତ୍ତବ୍ୟ ପଥରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ନ ଗଡ଼ିବା ଏକ କ୍ଷୋଭର ବିଷୟ ବୋଲି...

ପ୍ରବାସୀ ଭାରତୀୟ: ବିକଶିତ ଭାରତର ନବସୃଜନର ପରିଭାଷା

ଆପଣମାନଙ୍କ ସହଯୋଗ ଏବଂ ପ୍ରବାସୀ ଭାରତୀୟଙ୍କ ଅଂଶଗ୍ରହଣ ବିନା ‘ବିକଶିତ ଭାରତ’ର ଯାତ୍ରା ଅସମ୍ପୂର୍ଣ୍ଣ ରହିବ। ବିକଶିତ ଭାରତ ସଂକଳ୍ପରେ ଯୋଗ ଦେବାପାଇଁ ମୁଁ ଆପଣମାନଙ୍କୁ...

ଆଜିଠୁ ଆଦିବାସୀ ମେଳା

ଭୁବନେଶ୍ୱର,୫।୧(ସୁଚିସ୍ମିତା ସାହୁ)ରାଜଧାନୀରେ ସୃଷ୍ଟି ହେବ ଆଦିବାସୀ ଗ୍ରାମର ଭ୍ରମ। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉପଲକ୍ଷେ ଜାନୁଆରୀ ୨୬ ପରିବର୍ତ୍ତେ ୫ ତାରିଖରୁ ପ୍ରଦର୍ଶନୀ ପଡ଼ିଆରେ...

ଆଜିଠାରୁ ଆରମ୍ଭ ହେବ ‘ଏକାମ୍ର ଉତ୍ସବ’

ଭୁବନେଶ୍ୱର, ୫।୧ (ବନ୍ଦନା ସେଠୀ)- ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri