ବଜ୍ରପାତରେ ୨୩ ଗାଈ, ୩ ଛେଳି ମୃତ

ପଟ୍ଟାଙ୍ଗି,୨୮।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ଅମ୍ପାବାଲି ପଞ୍ଚାୟତ ରାଙ୍ଗିନିଗୁଡା ଗ୍ରାମରେ ବଜ୍ରପାତ ଘଟି ଜଣେ ବୃଦ୍ଧା ଆହତ ହେବା ସହ ୨୩ ଗାଇ ଓ ୩ ଚେଳିଙ୍କ ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ ହେଲେ ଉକ୍ତ ଗାଁର ଖରା ସିମାଦ୍ରୀ।
ସୂଚନାମୁତାବକ, ଖରା ଗ୍ରାମର ହନ୍ତାଳ ପାଣ୍ଡାନା, ହନ୍ତାଳ ସମୁଲୁ , ହନ୍ତାଳ ଶ୍ରୀନୁ, ହନ୍ତାଳ ତ୍ରିନାଥ, ଖରା ସୀତାନା, ହନ୍ତାଳ ଆପାନ୍ନା, ହନ୍ତାଳ ସିମାଦ୍ରି ଓ ହନ୍ତାଳ ଏଣ୍ଡାନାଙ୍କ ଗାଈ ଏବଂ ଛେଳି ଧରି ପାଖ ଜଙ୍ଗଲକୁ ଚରାଇବାକୁ ନେଇଥିଲେ। ଅପରାହ୍ନରେ ହଠାତ୍‌ ବିଜୁଳି ସହ ଘଡଘଡି ସହ ବର୍ଷା ହୋଇଥିଲା। ଏହି ସମୟରେ ଖରା ଏକ ଗଛ ତଳେ ଓ ଗାଈ, ଛେଳି ଗୋଟିଏ ଗଛ ବୁଦା ଭିତରେ ଆଶ୍ରୟ ନେଇଥିଲେ। ହଠାତ୍‌ ବଜ୍ରପାତ ଘଟିଥିଲା। ବୃଦ୍ଧାଙ୍କର ଦେହ କିଛି ଅଂଶ ପୋଡ଼ିଯିବା ସହ ୨୩ଟି ଗାଈ ଏବଂ ୩ଟି ଛେଳିଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କୁ ଯୋଗାଯୋଗ କରାଯିବାରୁ ଘଟଣା ସମ୍ପର୍କରେ ଅବଗତ ଅଛି। ଘଟଣାସ୍ଥଳକୁ ରାଜସ୍ବ ନିରୀକ୍ଷକଙ୍କୁ ପଠା ଯାଇଛି। ରିପୋର୍ଟ ଆସିବା ପରେ ସରକାରୀ ନିୟମାନୁଯାୟୀ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।
Share