ଓସଲୋ,୧୬ ।୧: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ଭ୍ୟାକ୍ସିନ ମୁଖ୍ୟ ଅସ୍ତ୍ର ପାଲଟିଛି । ବିଶ୍ୱର ବିଭିନ୍ନ ବିକାଶଶୀଳ ଦେଶରେ ଏହି ଭ୍ୟାକ୍ସିନ ପ୍ରସ୍ତୁତ ହୋଇଥିବା ବେଳେ ଏବେ ଏହା ଲୋକଙ୍କୁ ଦିଆଗଲାଣି । ନରୱେରେ ଫାଇଜର ଭ୍ୟାକ୍ସିନର ସାଇଡ ଇଫେକ୍ଟ ଏବେ ଦେଖିବାକୁ ମିଳିଛି । ଫାଇଜର ଭ୍ୟାକ୍ସିନ ଲଗାଇ ସେଠାରେ ଏପର୍ଯ୍ୟନ୍ତ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ଦେଖିବା ପରେ ନରୱେ ସରକାର କରୋନା ଭ୍ୟାକ୍ସିନ ଗାଇଡଲାଇନରେ ତୁରନ୍ତ ପରିବର୍ତ୍ତନ କରିଛନ୍ତି । ସେହିପରି ବେଲଜିୟମରେ ଜଣେ ବ୍ୟକ୍ତିଙ୍କୁ ଫାଇଜର ଭ୍ୟାକ୍ସିନ ଦିଆଯିବାର ୫ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ) କହିଛି ନରୱେରେ ହେଉଥିବା ମୃତ୍ୟୁ ଉପରେ ଡବ୍ଲୁଏଚ୍ଓ ନଜର ରଖିଛି । ତେବେ ନରୱେରେ ଯେଉଁମାନଙ୍କର ମୃତ୍ୟୁ ହୋଇଛି ପ୍ରାୟ ସମସ୍ତଙ୍କ ବୟସ ୮୦ ବର୍ଷରୁ ଊର୍ଦ୍ଧ୍ୱ ଓ ସେମାନେ ଚିକିତ୍ସିତ ହେଉଥିଲେ ।