Categories: ଜାତୀୟ

୯ ବର୍ଷରେ ଦଳ ଛାଡିଛନ୍ତି ୨୩ ନେତା, ସମସ୍ତଙ୍କର ଗୋଟିଏ କାରଣ- ରାହୁଲ ଶୁଣୁ ନାହାନ୍ତି

ନୂଆଦିଲ୍ଲୀ,୭।୪: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ଏବେ ବହ ଅଡୁଆରେ ପଡିଛି କଂଗ୍ରେସ। ଗତ ୨ ଦିନ ହେବ ଦଳକୁ ଆହୁରି ଝଟକା ଲାଗିଛି। ଗୁରୁବାର ବରିଷ୍ଠ ନେତା ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଥିବା ବେଳେ ଶୁକ୍ରବାର ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡି ଶାସକ ଦଳରେ ସାମିଲ ହୋଇଛନ୍ତି।
ଭାଜପାରେ ସାମିଲ ହେବା ପରେ କିରଣ ରେଡ୍ଡି କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ହାଇକମାଣ୍ଡ ଭୂଲ ନିଷ୍ପତ୍ତି ନେଉଛନ୍ତି। ଯେଉଁଥିପାଇଁ ସବୁ ରାଜ୍ୟରେ କଂଗ୍ରେସର ପରାଜୟ ହେଉଛି। ଶୋଚନୀୟ ପରାସ୍ତ ପରେ ବି କଂଗ୍ରେସ ହାଇକମାଣ୍ଡ କିଛି ବୁଦ୍ଧି ଶିଖୁ ନାହାନ୍ତି।
ନିକଟରେ କଂଗ୍ରେସ ଛାଡିଥିବା ଗୁଲାମ ନବି ଆଜାଦ ରାହୁଲ ଗାନ୍ଧୀଙ୍କୁ ଏଥିପାଇଁ ଦାୟୀ କରିଥିଲେ। ଆଜାଦ ଗାନ୍ଧୀ ପରିବାରର ନିକଟତମଙ୍କ ମଧ୍ୟରୁ ଜଣେ ଥିଲେ। ତେବେ ଗତ ୯ ବର୍ଷ ମଧ୍ୟରେ ପ୍ରାୟ ୨୩ ଜଣ ବଡ ବଡ ନେତା କଂଗ୍ରେସରୁ ପଳାୟନ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦଳ ଛାଡିଥିବା ସମସ୍ତ ନେତା ହାଇକମାଣ୍ଡଙ୍କ ଦୋଷ ଦେଇଛନ୍ତି।

Share