ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

ପୋଲିସ ସୂଚନା ଅନୁଯାୟୀ, ଛତିଶଗଡ଼ ଓ ସୀମାନ୍ତ ଅଞ୍ଚଳରେ ସକ୍ରିୟ ଥିବା ଭୈରମଗଡ଼ ମାଓବାଦୀ କ୍ଷେତ୍ର କମିଟିରେ ଏହି ୨୩ ମାଓବାଦୀ କାର୍ଯ୍ୟରତ ଥିଲେ। ଏହି ମାଓବାଦୀମାନେ ସଙ୍ଗଠନରେ ରହି ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପରେ ସାମିଲ ରହିବା ସହ ରାସ୍ତା ଖୋଳିବା, ଗଛ କାଟିବା, ବୋମା ଖଞ୍ଜିବା ଏବଂ ବ୍ୟାନର ପୋଷ୍ଟର ଲଗାଇବା ଭଳି କାର୍ଯ୍ୟରେ ଜଡିତ ଥିଲେ। ତେବେ ମାଓବାଦୀ ସଙ୍ଗଠନ ଦିନକୁ ଦିନ ଭୁଶୁଡିବାରେ ଲାଗିଥିବା ବେଳେ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ଏବଂ ବିକାଶକୁ ବିରୋଧଭାବ ଯୋଗୁ ସେମାନେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇ ଦାନ୍ତେୱାଡା ଏସ୍‌ପି ଗୌରଭ ରାୟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

Share