ବରଗଡ଼ ଅଫିସ,୨୭।୭: ବରଗଡ଼ ଜିଲାରୁ ସୋମବାର ୨୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆତାବିରା ଏନ୍ଏସିର କଣ୍ଟେନ୍ମେଣ୍ଟ ଅଞ୍ଚଳରୁ ୨୧ଜଣ ରହିଥିବା ବେଳେ ଅନ୍ୟ ୨ ଜଣ ବରଗଡ଼ ବ୍ଲକ କଟାପାଲି ଅବରୋଧ ଅଞ୍ଚଳର। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୧ ପୁରୁଷ ଏବଂ ୧୨ ମହିଳା ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ସମ୍ବଲପୁର ଏବଂ ଅନ୍ୟ ୨୧ ଜଣଙ୍କୁ ବରଗଡ଼ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଏହାପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୬ରେ ପହଞ୍ଚିଛି। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୮୭ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ୮୮ ଜଣ ବିଭିନ୍ନ କୋଗିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, ବରଗଡ଼, ରାଜ୍ୟ