Categories: ଜାତୀୟ

ସାଧାରଣତନ୍ତ୍ର ଦିବସ ପରେଡ୍‌ : ପ୍ରଦର୍ଶନ ହେବ ୨୩ ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ,୨୩।୧: ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟପଥରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୨୩ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ। ଏ ସଂକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୭ ଏବଂ କେତେକ ମନ୍ତ୍ରଣାଳୟ ଓ ବିଭାଗରୁ ୬ ପ୍ରଜ୍ଞାପନ ମେଢ଼କୁ ମିଶାଇ ୨୩ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ। ଏହି ପ୍ରଜ୍ଞାପନ ମେଢ଼ ଦେଶର ସାଂସ୍କୃତିକ, ଐତିହ୍ୟ, ଅର୍ଥନେତିକ ଅଗ୍ରଗତି ଏବଂ ଆଭ୍ୟନ୍ତରୀଣ ଓ ବାହ୍ୟ ନିରାପତ୍ତା ଉପରେ ଆଧାରିତ ରହିବ।

Share