ନୂଆଦିଲ୍ଲୀ,୨୯ ।୯: ଟୁଇଟରରେ ଶିଶୁଙ୍କ ସହ ଜଡିତ ଅଶ୍ଳିଳ ଭିଡିଓ ପୋଷ୍ଟ କରିଥିବା ଘଟଣାରେ ଦିଲ୍ଲୀ ପୋଲିସର ସାଇବାର କ୍ରାଇମ ୟୁନିଟ ୨ ଟୁଇଟର ଆକାଉଣ୍ଟକୁ ବନ୍ଦ କରି ଦେଇଛି । କିଛିଦିନ ତଳେ ଦିଲ୍ଲୀ ମହିଳା କମିଶନ ଟୁଇଟରରେ ଚାଇଲ୍ଡ ପୋର୍ନୋଗ୍ରାାଫି ଓ ବଳାତ୍କାରର ଭିଡିଓ ପୋଷ୍ଟ କରିଥିବା ମାମଲାକୁ ଗୁରୁତର ଭାଗେ ଗ୍ରହଣ କରିବା ସହ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରାଯାଇଥିଲା ।
ମହିଳା କମିଶନ ଏମିତି ଲୋକଙ୍କ ବିରୋଧରେ ପୋକ୍ସୋ ଓ ଆଇଟି ଆକ୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ଯାଞ୍ଚ ପରେ ଘଟଣା ସତ ବୋଲି ଜଣାପଡିଥିଲା । ପୋଲିସ ଟୁଇଟରକୁ ଫୋନ କରି ତୁରନ୍ତ ଏଭଳି ଆକାଉଣ୍ଟକୁ ବନ୍ଦ କରିବାକୁ କହିଥିଲା । ଏବେ ପୋଲିସ ଅଶ୍ଳିଳ ଭିଡିଓ ଓ କଣ୍ଟେଣ୍ଟ ଚଳାଉଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରୁଥିବା ଜଣାପଡିଛି ।