ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟରେ ରବିବାର ଚିହ୍ନଟ ହୋଇଥିବା ନୂଆ ୫୯୫ ଆକ୍ରାନ୍ତ ୨୧ ଜିଲାର। ସେଥିରେ ଗଞ୍ଜାମର ସର୍ବାଧିକ ୨୩୦ ଜଣ ଅଛନ୍ତି। ଏହାଛଡ଼ା ଯାଜପୁରର ୯୭, ଖୋର୍ଦ୍ଧାର ୭୬, କୋରାପୁଟର ୪୪, ମାଲକାନଗିରିର ୩୬, ଗଜପତି ୨୦, ମୟୂରଭଞ୍ଜର ୧୪, ବାଲେଶ୍ୱର-ଭଦ୍ରକ-କଟକର ୧୧, ପୁରୀର ୧୦, ସୁନ୍ଦରଗଡ଼ର ୮, ବରଗଡ଼ର ୩, ଜଗତସିଂହପୁରର ୫, କଳାହାଣ୍ଡିର ୪, କେନ୍ଦ୍ରାପଡ଼ାର ୨, କେନ୍ଦୁଝରର ୩, ନୟାଗଡ଼ର ୫, ରାୟଗଡ଼ା-ସମ୍ବଲପୁରର ୨, ବଲାଙ୍ଗୀରର ଜଣେ ଆକ୍ରାନ୍ତ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
ଏଥିରୁ ୩୯୪ କ୍ୱାରାଣ୍ଟାଇନ୍ କେସ୍ ଥିବା ବେଳେ ୨୦୧ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୧୨୧କୁ ବୃଦ୍ଧି ପାଇଛି। ସେଥିରୁ ୮୩୬୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୬୭୭ ଆକ୍ଟିଭ୍ କେସ୍ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।
Posted inଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ