Categories: ରାଜ୍ୟ

ରାଜ୍ୟରେ ସୁସ୍ଥ ହେଲେ ୨୩୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨ା୧- ରାଜ୍ୟରେ ଶନିବାର ୨୩୨ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୯୬୫ରେ ପହଞ୍ଚିଛି। ଅନୁଗୁଳୁ ଜିଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୩୨ ଜଣ। ସେହିଭଳି ବଲାଙ୍ଗିରରୁ ୨୬, କଟକରୁ ୨୫, ସୁନ୍ଦରଗଡ଼ରୁ ୧୯, ବାଲେଶ୍ୱରରୁ ୧୬, ଯାଜପୁରରୁ ୧୫, କେନ୍ଦ୍ରପଡ଼ା ଓ ମୟୁରଭଞ୍ଜରୁ ୧୪, ଝାରୁସୁଗୁଡ଼ା ଓ ନୂଆପଡ଼ାରୁ ୧୧, କେନ୍ଦୁଝର ଓ ଖୋର୍ଦ୍ଧାରୁ ୧୦, ଭଦ୍ରକ ଓ କଳାହାଣ୍ଡିରୁ ୫, ଗଞ୍ଜାମ ଓ ସମ୍ବଲପୁରରୁ ୪, ବରଗଡ଼, ଜଗତ୍‌ସିଂହପୁର ଓ ପୁରୀରୁ ୨, ଦେଓଗଡ଼ ଓ ଗଜପତିରୁ ୧ ଜଣେ ଲେଖାଏ ଏବଂ ଷ୍ଟେଟ ପୁଲରୁ ୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରାଯାଇଛି।

Share