ଭୁବନେଶ୍ୱର ୨୭।୫(ବ୍ୟୁରୋ): ଉଚ୍ଚ ଶିକ୍ଷା ବିଭାଗ ୨୩୩ଟି କଲେଜର ପ୍ରିନ୍ସିପାଲଙ୍କ ଦରମା ବନ୍ଦ କରିଛି। କାର୍ଯ୍ୟରେ ଅବହେଳା କରିଥିବାରୁ ଉଚ୍ଚଶିକ୍ଷା ବିଭାଗ ଏପରି ନିର୍ଦ୍ଦେଶାନାମା ଜାରି କରିଛି ।
ସୂଚନାଯୋଗ୍ୟ, ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ ୨୩୩ ମହାବିଦ୍ୟାଳୟ ଆବଶ୍ୟକ ସୂଚନା ପ୍ରଦାନ କରିବାରେ ବିଫଳ ହୋଇଥିଲେ । ଏପିରିକି ଉଚ୍ଚଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ଉତ୍ତର ଦେଉ ନ ଥିବାରୁ ଏହି ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ମୁଖ୍ୟ କିରାଣୀ/କିରାଣୀଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି।