ଝାରସୁଗୁଡ଼ାରେ ୨୩,୩୮୯.୪୩ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୨୦।୧ (ଅଭୟ ଦାଶ): ଓଡ଼ିଶା ସରକାରଙ୍କ ସହଯୋଗରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଓଡ଼ିଶା ଚାପ୍ଟର ପକ୍ଷରୁ ପ୍ରଥମ ଥର ପାଇଁ ଓଡ଼ିଶାର ଝାରସୁଗୁଡ଼ାଠାରେ ସିଆଇଆଇ ୨୪ତମ ଏଣ୍ଟରପ୍ରାଇଜ୍‌ ଓଡ଼ିଶା ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏହି ମହତ୍ତ୍ୱକାଂକ୍ଷୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସହିତ ୨୩,୩୮୯.୪୩ କୋଟି ଟଙ୍କାର ନିବେଶ ପ୍ରସ୍ତାବ (ପୁଞ୍ଜିନିବେଶ ପ୍ରତିଶ୍ରୁତି) ଥିବା ୧୧ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଉକ୍ତ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୫,୧୬୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଉକ୍ତ ସମ୍ମିଳନୀରେ ବହୁ ସଂଖ୍ୟାର ଜି୨ବି ଓ ବି୨ବି ବୈଠକ ଆୟୋଜନ ହେବା କାର୍ଯ୍ୟକ୍ରମ ଥିବାରୁ ପୁଞ୍ଜିନିବେଶ ପ୍ରସ୍ତାବ ପରିମାଣ ଆହୁରି ବଢ଼ିବ ବୋଲି ଆୟୋଜକଙ୍କ ପକ୍ଷରୁ ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ, ୨୦୨୪ ଜାନୁଆରୀ ୧୯ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୨୪ତମ ଏଣ୍ଟରପ୍ରାଇଜ୍‌ ଓଡ଼ିଶା-୨୦୨୪କୁ ଝାରସୁଗୁଡ଼ା ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜନ କରାଯାଇଛି।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଶିଳ୍ପ ବିକାଶକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ଆମ ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏହି କାର୍ଯ୍ୟକ୍ରମ। ଏହାଦ୍ୱାରା ରାଜ୍ୟରେ ଅନ୍ତର ଦୂର ହେବ ଏବଂ ଅଭିବୃଦ୍ଧି ଆହୁରି ସୁଦୃଢ଼ ହେବ। ବିଶେଷକରି ଝାରସୁଗୁଡ଼ା, ରାଉରକେଲା କିମ୍ବା ସମ୍ବଲପୁର ନୁହେଁ ଦେଶରେ ବିକାଶର ମୂଳଦୁଆ ଭାବେ ସାରା ଓଡ଼ିଶା ବର୍ତ୍ତମାନ ଉଭା ହୋଇଛି। ବିଗତ ୨ ଦଶନ୍ଧି ଧରି ଏହି ଅଞ୍ଚଳ ସମୃଦ୍ଧ ଓଡ଼ିଶାର ପ୍ରତୀକ ହୋଇପାରିଛି। ସାରା ଭାରତରେ ଓଡ଼ିଶା ବର୍ତ୍ତମାନ ଏକ ମାନୁଫାକ୍ଚରିଂ ମହାଶକ୍ତିରେ ପରିଣତ ହୋଇଛି। ରାଜ୍ୟରେ ବିପୁଳ ଖଣି ସମ୍ବଳ ରହିଥିବା ବେଳେ ମାନବ ସମ୍ବଳ ଆମ ପାଇଁ ମଧ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଝାରସୁଗୁଡ଼ା, ସମ୍ବଲପୁର ଓ ରାଉରକେଲା ସହ କୋରାପୁଟକୁ ଯୋଡ଼ୁଥିବା ବିଜୁ ଅର୍ଥନୈତିକ କରିଡର ଏହି ଅଞ୍ଚଳରେ ଉଦ୍ୟୋଗୀମାନଙ୍କ ପାଇଁ ଆଗକୁ ବଢ଼ିବା ଲାଗି ବିପୁଳ ସୁଯୋଗ ପ୍ରଦାନ କରିବ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି,ଭାରତୀୟ ଅର୍ଥନୀତି ଦ୍ରୁତଗତିରେ ଆଗକୁ ବଢ଼ୁଥିବା ବେଳେ କିଛି ବର୍ଷ ଭିତରେ ଏହା ୫ ଟ୍ରିଲିଅନ ଏବଂ କିଛି ବର୍ଷ ମଧ୍ୟରେ ୨୫-୩୦ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଯାଉଛି ବୋଲି ବିଭିନ୍ନ ସଂସ୍ଥା ଆକଳନ କରିଛନ୍ତି। ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି,ଝାରସୁଗୁଡ଼ା ବର୍ତ୍ତମାନ ଓଡ଼ିଶାର ଶିଳ୍ପାୟନ ଓ ଅର୍ଥନୈତିକ ପ୍ରଗତିର ପ୍ରତିନିଧିତ୍ୱ କରୁଛି। ଓଡ଼ିଶାକୁ ଆସୁଥିବା ପୁଞ୍ଜିନିବେଶର ସିଂହ ଭାଗ ଝାରସୁଗୁଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ନିବେଶ ହେଉଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି, ଦ୍ରୁତଗତିରେ ବହୁ ଆଗକୁ ବଢ଼ିବା ଲାଗି ଝାରସୁଗୁଡ଼ା ପାଖରେ ବ୍ୟାପକ ସୁଯୋଗ ରହିଛି। ଓଡ଼ିଶାର ଶିଳ୍ପ ମାନଚିତ୍ରରେ ଏହା ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ପଶ୍ଚିମ ଓଡ଼ିଶାରେ ଥିବା ୧୧ଟି ଜିଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ପ୍ରଦାନ କରିଛନ୍ତି। ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଶଶିଶେଖର ମହାନ୍ତି କହିଛନ୍ତି, ଭାରତର ୪୦ତମ ଧନୀ ଜିଲା ଝାରସୁଗୁଡ଼ାରେ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିବା ଏଣ୍ଟରପ୍ରାଇଜ୍‌ ଓଡ଼ିଶା-୨୦୨୪ରେ ବି୨ବି, ଜି୨ବି ବୈଠକ ଆୟୋଜନ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ୧୦୦ ପ୍ରଦର୍ଶନକାରୀ, ୧୫୦ ସିଇଓ ଓ ସିଏକ୍ସଓ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ...

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ...

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri