ଆଜି ରାଜ୍ୟରୁ ୨୩୪ କରୋନା ପଜିଟିଭ୍‌ ଚିହ୍ନଟ, ନୂଆପଡ଼ାରୁ ସର୍ବାଧିକ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୨୩୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୬୯୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୩୯ ଜଣ ଚିହ୍ନଟ ହୋଇଥିବା ବେଳେ ୯୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ନୂଆପଡ଼ାରୁ ସର୍ବାଧିକ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୨ ଏବଂ କଟକରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୩, ବାଲେଶ୍ୱର ୩, ଭଦ୍ରକ ୮, ବଲାଙ୍ଗୀର ୧୫, ଦେବଗଡ଼ ୧, ଢେଙ୍କାନାଳ ୧, ଗଞ୍ଜାମ ୨, ଜଗତସିଂହପୁର ୬, ଯାଜପୁର ୪, ଝାରସୁଗୁଡ଼ା ୪, କଳାହାଣ୍ଡି ୧୭, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୧, ମୟୂରଭଞ୍ଜ ୫, ପୁରୀ ୬, ରାୟଗଡ଼ା ୨ ଏବଂ ସମ୍ବଲପୁରରୁ ୧୧ ଏବଂ ସୁନ୍ଦରଗଡ଼ରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୭।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୬୯୪ ରେ ପହଞ୍ଚିଥିବା ବେଳେ ୩,୩୬,୪୦୯ ଜଣ ସୁସ୍ଥ ହୋଇଛନ୍ତି। ୧୩୧୩ ଜଣ ଚିକିିତ୍ସିତ ହେଉଛନ୍ତି।

Share