Advertisement

ଆଜି ରାଜ୍ୟରୁ ୨୩୪ ପଜିଟିଭ୍‌ ଚିହ୍ନଟ, ଆଖି ବୁଜିଲେ ୩ ଆକ୍ରାନ୍ତ

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ସୋମବାର ରାଜ୍ୟରେ ୨୩୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୭୩୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୩୬ ଜଣ ଚିହ୍ନଟ ହୋଇଥିବା ବେଳେ ୯୮ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଅନୁଗୋଳରୁ ସର୍ବାଧିକ ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୮ ଏବଂ ଖୋର୍ଦ୍ଧାରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୧୦, ବରଗଡ଼ ୨, ବଲାଙ୍ଗୀର ୧୦, କଟକ ୧୨, ଦେବଗଡ଼ ୩, ଗଞ୍ଜାମ ୪, ଜଗତସିଂହପୁର ୫, ଯାଜପୁର ୧୬, ଝାରସୁଗୁଡ଼ା ୧୫, କଳାହାଣ୍ଡି ୨, କନ୍ଧମାଳ ୧, କେନ୍ଦ୍ରାପଡ଼ା ୧୦, କେନ୍ଦୁଝର ୮, କୋରାପୁଟ ୧, ମାଲକାନଗିରି ୧, ମୟୂରଭଞ୍ଜ ୧୭, ନୟାଗଡ଼ ୫, ନୂଆପଡ଼ା ୪, ସମ୍ବଲପୁର ୯ ଏବଂ ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୬।

ସେହିପରି ଆଜି ରାଜ୍ୟରେ ୩ ଜଣଙ୍କ ଜୀବନ ନେଇଛି କରୋନା। ଖୋର୍ଦ୍ଧା, ରାୟଗଡ଼ା ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୭୩୮ ରେ ପହଞ୍ଚିଥିବା ବେଳେ ୩,୨୪,୦୬୮ଜଣ ସୁସ୍ଥ ହୋଇଛନ୍ତି। ୨୭୫୩ ଜଣ ଚିକିତ୍ସିତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ୧୮୬୪କୁ ବୃଦ୍ଧି ପାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share