ବର୍ଲିନ,୧୮ା୨: ଜର୍ମାନୀର ୮ଟି ବିମାନବନ୍ଦରର କର୍ମଚାରୀମାନେ ଅଧିକ ବେତନ ଦାବିରେ ଧର୍ମଘଟରେ ସାମିଲ ହୋଇଥିବାରୁ ଶୁକ୍ରବାର ୨,୩୪୦ ବିମାନ ଉଡ଼ାଣ ବାତିଲ ହୋଇଛି। ଫଳରେ ପ୍ରାୟ ୨,୯୫,୦୦୦ ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ଧର୍ମଘଟ ଗ୍ରହଣୀୟ ନୁହେଁ ବୋଲି ଜର୍ମାନ ବିମାନବନ୍ଦର ସଂଘ ଏଡିଭି କହିଛି। ଆଲୋଚନା ମାଧ୍ୟମରେ ସମାଧାନ ସୂତ୍ର ବାହାର କରିବାକୁ ଏଡିଭି ମୁଖ୍ୟ ରାଲଫ୍ ବିସେଲ୍ ପରାମର୍ଶ ଦେଇଛନ୍ତି।