Categories: ଜାତୀୟ

ଦେଶରେ ଗତ ୨୪ ଘଣ୍ଟାରେ ୨,୩୫,୫୩୨ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୯।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୩୫ ହଜାର ୫୩୨ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୮୭୧ଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୩ ହଜାର ୧୯୮କୁ ବୃଦ୍ଧି ପାଇଛି। ଏବେ ୨୦,୦୪,୩୩୩ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩,୮୩,୬୦,୭୧୦ କୋରନାରୁ ସୁସ୍ଥ ହେଲେଣି।

Share