Categories: ଜାତୀୟ

କରୋନାକୁ ନେଇ ଅନ୍ଧବିଶ୍ୱାସ: ଭୂତାଣୁ ହଟାଇବା ପାଇଁ ମହିଳାଙ୍କ ପୂଜାର୍ଚ୍ଚନା

ପାଟନା,୩।୬: ସମଗ୍ର ବିଶ୍ୱ କରୋନା ସହ ଲଢୁଛି। ୧୦୦ରୁ ଅଧିକ ଦେଶ ଏହି ମହାମାରୀ ପାଇଁ ଟୀକା ଖୋଜିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କରୋନାକୁ ନେଇ କେତେକ ଅନ୍ଧବିଶ୍ୱାସ ଲୋକଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଛି। ବିହାରର ରୋହତସ ଜିଲାର ନୋଖା ଗାଁରେ ଏହାର ଏକ ନମୁନା ଦେଖିବାକୁ ମିଳିଛି। ଏଠାରେ କିଛି ମହିଳା କରୋନାକୁ ହଟାଇବା ପାଇଁ ‘କରୋନା ମା’କୁ ପୂଜା କରିବା ଆରମ୍ଭ କରଛନ୍ତି। ଏମାନଙ୍କ ବିଶ୍ୱାସ ଯେ, ପୂଜା କରିବା ଦ୍ୱାରା ‘କରୋନା ମାଆ’ ଘରକୁ ପଳେଇବେ। ଫଳରେ ଦେଶରୁ ଏହି ଭୂତାଣୁ ଦୂର ହୋଇଯିବ। ପୂଜା କରୁଥିବା ଏହି ମହିଳାମାନେ କହିଥିଲେ ଯେ, ମୋବାଇଲରେ ଏକ ଭିଡିଓ ଆସିଛି ଯେଉଁଥିରେ ‘କରୋନା ମା’ଙ୍କୁ ପୂଜା କରିବା କଥା କୁହାଯାଇଛି। ଏହି ଭିଡିଓ ସମଗ୍ର ଅଞ୍ଚଳରେ ଭାଇରାଲ ହେବା ପରେ ମହିଳାମାନେ ପୂଜା ଆରମ୍ଭ କରିଥିଲେ। ଧୂପ ବାଡ଼ି, ଫଳ ଓ ଫୁଲ ଧରି ମହିଳାମାନେ ପୂଜା କରିଥିଲେ। ଚିନ୍ତାର ବିଷୟ ହେଉଛି ଏହି ପୂଜା କଲାବେଳେ ମହିଳାମାନଙ୍କ ମଧ୍ୟରେ ସାମାଜିକ ଦୂରତା ଏବଂ ମାସ୍କ ଦେଖାଯାଇ ନ ଥିଲା।

Share