୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୨୩୯ ପ୍ରକଳ୍ପ

ପାଟଣା,୧୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ପରିସରରେ ମଙ୍ଗଳବାର ୫-ଟି ଯୋଜନାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି। ଏହି ଯୋଜନାରେ ପାଟଣା ବ୍ଲକରେ ୧୦କୋଟି ଟଙ୍କା ବ୍ୟୟରେ ୨୩୯ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପକୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ।

ଏହି ଅବସରରେ ପାଟଣାବାସୀଙ୍କ ପକ୍ଷରୁ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅଞ୍ଚଳର ଉନ୍ନତି ପାଇଁ ପ୍ରକଳ୍ପଗୁଡିକୁ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ପାଟଣା ବିଧାୟକ ନାଏକ, ପାଟଣା ବିଡିଓ ଶିବ ଶଙ୍କର ମୁର୍ମୁ, ତହସିଲଦାର ତାପସ ରଞ୍ଜନ ଦେହୁରୀ, ସହକାରୀ ଯନ୍ତ୍ରୀ ସିଦ୍ଧ ମାଝୀ, ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ଡକ୍ଟର ହରିଶ ଚୌଧୁରୀ, ସଂଯୋଜକ କାନନ ବିହାରୀ ପୋହି, ବ୍ଲକ ଅଧ୍ୟକ୍ଷ ଶୁକାନ୍ତି ନାଏକ, ଉପାଧ୍ୟକ୍ଷା ବୀଣାପାଣି ନାଏକ, ୨୩ ନମ୍ବର ଜିଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ସୌଭାଗ୍ୟ ମଞ୍ଜରୀ ନାଏକ, ପ୍ରଫୁଲ୍ଲ ନାଏକ, ବ୍ଲକ ସଭାପତି ମାଧବା ନନ୍ଦ ପୃଷ୍ଟି, ବିଜେଡି ନେତା ମିତ୍ରଭାନୁ ମହାନ୍ତ, ଜିଲା ବିଜେଡି ସମ୍ପାଦକ ପ୍ରଶାନ୍ତ ଭଞ୍ଜ, ବଡ଼ ପାଟଣା ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ଏପିଓ ଦୀପକ କୁମାର ବେହେରା, ଜିପିଓ ରଶ୍ମି ରେଖା ମହାନ୍ତିଙ୍କ ସହ ବ୍ଲକର ନିର୍ବାଚିତ ପ୍ରତିନିଧି ଏବଂ ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।