Categories: ଫୁରସତ

ଜନ୍ମ ହେବାର ୨୦ ମିନିଟ ପରେ ନାଚିଲା ହାତୀ ଛୁଆ

କେରଳରେ ଗର୍ଭିଣୀ ହାତୀମୃତ୍ୟୁ ଘଟଣା ଲୋକଲୋଚନକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ଏସବୁ ଭିତରେ ସୋସିଆଲ ମିଡିଆରେ ଏକ ହାତୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ହାତୀ ଛୁଆ ଜନ୍ମର ମାତ୍ର ୨୦ ମିନିଟ୍‌ ପରେ ଛିଡା ହୋଇ ନିଜ ମା’ ସହ ନାଚିବାକୁ ଲାଗିଥିଲା। ଠିକ୍‌ରେ ଛିଡା ହୋଇପାରୁ ନ ଥିଲେ ମଧ୍ୟ ସେ ଛିଡା ହେବାକୁ ଚେଷ୍ଟା କରୁଥିବା ଲକ୍ଷ୍ୟ କରାଯାଇଛି। ଏହି ଭିଡିଓଟିକୁ ଜଙ୍ଗଲ ବିଭାଗୀୟ ଅଫିସର ସୁଶାନ୍ତ ନନ୍ଦ ଟୁଇଟ୍‌ କରିଛନ୍ତି। ଲକ୍ଷ ଲକ୍ଷ ଲୋକେ ଏପର୍ଯ୍ୟନ୍ତ ଭିଡିଓକୁ ଦେଖିସାରିଥିବାବେଳେ ଅନେକ ଲୋକ ରିଟୁଇଟ୍‌ ମଧ୍ୟ କରିସାରିଛନ୍ତି। ସୂଚନାଯୋଗ୍ୟ, କେରଳରେ ଏକ ଗର୍ଭିଣୀ ହାତୀକୁ ସପୁରୀରେ ବିସ୍ଫୋଟକ ଦେଇ ମାରିଦିଆଯାଇଥିଲା। ଏହି ଅମାନବୀୟ ବର୍ବରତାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଥିବାବେଳେ ପଶୁପ୍ରେମୀଙ୍କଠୁ ନେଇ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ହାତୀଟିକୁ ନୃଶଂସ ଭାବେ ମାରିଥିବା ଲୋକଙ୍କୁ କଠୋର ଦଣ୍ଡ ଦେବାକୁ ସ୍ବର ଉତ୍ତୋଳନ କରିଥିଲେ।

Share