Categories: ବାଣିଜ୍ୟ

ବଲାଙ୍ଗୀର ଅରୁନ୍ଧତୀ ଜୁଏଲର୍ସର ୨୩ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୫।୭: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସର ବଲାଙ୍ଗୀର ଫ୍ଲାଗ୍‌ଶିପ୍‌ ଶୋ’ରୁମ୍‌ର ୨୩ତମ ବାର୍ଷିକ ଉସତ୍ବ ନିକଟରେ ପାଳିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅରୁନ୍ଧତୀର ୨୩ ତମ ବାର୍ଷିକ ଉତ୍ସବକୁ ଚିରସ୍ମରଣୀୟ କରିବା ପାଇଁ ଆକର୍ଷଣୀୟ ଅଫର ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ବିଶେଷକରି ୬୦୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଗଢ଼ି ଉଠିଥିବା ବଲାଙ୍ଗୀର ଅରୁନ୍ଧତୀ ଶୋ’ରୁମ୍‌ରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର ସହ ଫ୍ଲାଟ୍‌ ୨୩% ସୁନାଗହଣା ଓ ରୁପା ଗଢ଼ା ମଜୁରି ଉପରେ ଏବଂ ଫ୍ଲାଟ୍‌ ୨୩% ହୀରା ମୂଲ୍ୟ ଉପରେ ରିହାତି ରଖାଯାଇଛି।
ଏ ସମ୍ପର୍କରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଦୀର୍ଘ ୨୩ ବର୍ଷର ଏହି ସଫଳ ଯାତ୍ରା ପାଇଁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବଲାଙ୍ଗୀରର ପବିତ୍ର ମାଟିରୁ ଅରୁନ୍ଧତୀର ଆରମ୍ଭ ହୋଇ ବର୍ତ୍ତମାନ ଓଡ଼ିଶାର ଏକ ଅଗ୍ରଣୀ ଜୁଏଲେରି ବ୍ରାଣ୍ଡ୍‌ ଭାବେ ପରିଣତ ହୋଇଛି। ବିଶେଷକରି ଓଡ଼ିଶାର ୭ଟି ପ୍ରମୁଖ ସହରରେ ଅରୁନ୍ଧତୀର ଉପସ୍ଥିତି ରହିଛି। ସେହିଭଳି ସର୍ବୋତ୍ତମ ଡିଜାଇନ ଓ ସମ୍ପୂର୍ଣ୍ଣ ହଲ୍‌ମାର୍କ ଶୁଦ୍ଧତାଯୁକ୍ତ ସୁନାଗହଣା, ହୀରାଗହଣା ଓ ସ୍ବତନ୍ତ୍ରଭାବେ ପ୍ରସ୍ତୁତ ରପା ଗହଣା ଏବଂ କଳାକୃତିର ସମ୍ଭାର ସହ ଏକ ନିଆରା ଗ୍ରାହକ ସେବା ‘୫ ଷ୍ଟାର ପ୍ରମିଜ’ର ସୁବିଧା ଗ୍ରାହକମାନଙ୍କ ପାଇଁ ରଖାଯାଇଛି।

Share