ବିନା ଭକ୍ତରେ ମେରୁ ଯାତ୍ରା

ସୋରଡ଼ା,୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ବିନା ଭକ୍ତରେ ବୁଧବାର ମେରୁ ଯାତ୍ରା ଅନୁଷ୍ଠିତ ହୋଇଛି। ସମସ୍ତ ମନ୍ଦିରରେ କଟକଣା ସହିତ ପୋଲିସ ମୁତୟନ କରାଯାଇଛି। ବିଧିମୁତାବକ ଦଣ୍ଡୁଆମାନଙ୍କୁ ନେଇ ରୀତିନୀତି ସମ୍ପର୍ଣ୍ଣ କରାଯାଇଛି। ମନ୍ଦିରସ୍ଥଳରେ ପୋଲିସ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଦଣ୍ଡ ଯାତ୍ରା ପରିଚାଳନା କମିଟି ଲୋକଙ୍କୁ ମନ୍ଦିର ନ ଆସିବାକୁ ବାରଣ କରିଛନ୍ତି। ଚଳିତ ବର୍ଷ ମାସନ୍ତ ଯାତ୍ରା, ମେରୁ ଯାତ୍ରା ଫିକା ପଡିଛି। ଏନ୍‌ଏସି ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ବାରଣ କରାଯାଇଛି।

Share