Categories: ଖେଳ

୨୪.୭୫ କୋଟି ଟଙ୍କାର ଖେଳାଳିଙ୍କ ହୋଶ୍‌ ଉଡାଇଲେ ରିଙ୍କୁ ସିଂ

କୋଲକତା,୨୦।୩:ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ଦଳମାନେ ପଡ଼ିଆରେ ପ୍ରାକ୍ଟିସ୍‌ ଆରମ୍ଭ କରିଛନ୍ତି। କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ନିକଟରେ ଏକ ୱାର୍ମ ଅପ ମ୍ୟାଚ ଖେଳିଥିଲା। ଏଠାରେ ଦଳରୁ ନିଆଯାଇଥିବା ଖେଳାଳିଙ୍କୁ ଟିମ ପର୍ପଲ ଏବଂ ଟିମ ଗୋଲ୍ଡରେ ବିଭକ୍ତ କରାଯାଇଥିଲା। ପ୍ରଥମ ଅଭ୍ୟାସ ମ୍ୟାଚ ରେ ହାରିଯିବା ପରେ ଟିମ ପର୍ପଲ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ବିଜୟ ହାସଲ କରିବାରେ ସଫଳ ହୋଇଛି। ବ୍ୟାଟିଂରେ ରିଙ୍କୁ ସିଂ, ଫିଲ ସଲ୍ଡ ଏବଂ ଭେଙ୍କଟେଶ ଆୟର ମଧ୍ୟ ସହଯୋଗ କରିଥିଲେ ଏବଂ ଏହି ସମୟରେ ରିଙ୍କୁ ସିଂ ମଧ୍ୟ ହାତ ଖୋଲି ୨୪.୭୫ କୋଟି ଟଙ୍କାରେ ବିକ୍ରି ହୋଇଥିବା ବୋଲର ମିଚେଲ ଷ୍ଟାକଙ୍କ ବଲରେ ଏକ ଫ୍ଲାଟ ଛକା ମାରିଥିଲେ।
ପ୍ରଥମେ ଖେଳି ଟିମ ଗୋଲ୍ଡ ୧୮୯ ରନ ସଂଗ୍ରହ କରିଥିଲା। ଅନ୍ୟପକ୍ଷରେ ଯେତେବେଳେ ମିଚେଲ ଷ୍ଟାର୍କ ଟିମ ପର୍ପଲ ପାଇଁ ବୋଲିଂ କରିବାକୁ ଆସିଥିଲେ, ସେତେବେଳେ ସେ ଜଣେ ୟର୍କର ବୋଲିଂ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହା ଫୁଲ୍‌ଟସ ଥିଲା। ରିଙ୍କୁ ଏହାର ସୁଯୋଗ ନେଇ ଲେଗ୍‌ ସାଇଡରେ ଏକ ଫ୍ଲାଟ ଛକା ମାରିଥିଲେ।
ମିଚେଲ ଷ୍ଟାର୍କ ୮ ବର୍ଷ ପରେ ଆଇପିଏଲକୁ ଫେରିଛନ୍ତି। କେକେ ଆର୍‌ ତାଙ୍କୁ ୨୪.୭୫ କୋଟି ଟଙ୍କାରେ କିଣିଛି।

Share