Posted inଖେଳ

ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ ଇଂଲଣ୍ଡ, ଜର୍ମାନୀ, ନେଦରଲାଣ୍ଡ୍ସ ଓ ଆମେରିକା ସମେତ ୨୪ଟି ଦେଶର ଦଳ ଭାଗ ନେବେ। ଭାରତୀୟ ଖୋ ଖୋ’ର ଜାତୀୟ ମହାସଂଘ ତରଫରୁ ଶୁକ୍ରବାର ଏହା ଘୋଷଣା କରାଯାଇଛି। ଚାମ୍ପିୟନଶିପ୍‌ରେ ଭାଗ ନେଉଥିବା ଆଫ୍ରିକୀୟ ଦେଶଗୁଡ଼ିକ ମଧ୍ୟରେ ଅଛନ୍ତି ଘାନା, କେନିଆ, ଦକ୍ଷିଣ ଆଫ୍ରିକା ଓ ଉଗାଣ୍ଡା। ଏସିଆରୁ ଭାରତ ବ୍ୟତୀତ ବାଂଲାଦେଶ, ଭୁଟାନ, ଇଣ୍ଡୋନେସିଆ, ମାଲେସିଆ, ଇରାନ, ନେପାଳ, ପାକିସ୍ତାନ, ଦକ୍ଷିଣ କୋରିଆ ଓ ଶ୍ରୀଲଙ୍କା ଆଦି ଦେଶର ଦଳ ଅଂଶଗ୍ରହଣ କରିବେ। ସେହିପରି ୟୁରୋପରୁ ଇଂଲଣ୍ଡ, ଜର୍ମାନୀ, ନେଦରଲାଣ୍ଡ୍ସ ଓ ପୋଲାଣ୍ଡ ଭାଗନେବାକୁ ଥିବାବେଳେ ଉତ୍ତର ଆମେରିକାରୁ କାନାଡା ଓ ଯୁକ୍ତରାଷ୍ଟ୍ର ଆମେରିକା ଭାଗ ନେବେ। ଦକ୍ଷିଣ ଆମେରିକାରୁ ବ୍ରାଜିଲ ଓ ପେରୁ ଏବଂ ଓସେନିଆ ଅଞ୍ଚଳରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭାଗନେବେ। ଉଭୟ ପୁରୁଷ ଓ ମହିଳା ବିଭାଗରେ ଟୁର୍ନାମେଣ୍ଟ ହେବ। ପ୍ରତ୍ୟେକ କାଟେଗୋରିରେ ୧୬ଟି ଲେଖାଏ ଦଳ ରହିବେ। ପ୍ରତିଯୋଗିତାକୁ ଯେପରି ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ କରି ହେବ ସେଥିପାଇଁ ଫର୍ମାଟ ପ୍ରସ୍ତୁତ କରାଯାଇଛି। ପୁରୁଷ ବିଭାଗରେ ଘାନା, କେନିଆ ଓ ଦକ୍ଷିଣ ଆଫ୍ରିକାକୁ ଶକ୍ତିଶାଳୀ ଦଳ ଭାବେ ବିବେଚନା କରାଯାଉଛି। ଭାରତର ଏହି ପାରମ୍ପରିକ ଖେଳକୁ କିପରି ଏକ ଗ୍ଲୋବାଲ ଗେମ୍‌ରେ ପରିଣତ କରାଯାଇପାରିବ ତାହାକୁ ଦୃଷ୍ଟିରେ ରଖି ଏହି ଚାମ୍ପିୟନଶିପ୍‌ର ଆୟୋଜନ କରାଯାଇଥିବା ଖୋ ଖୋ ଫେଡେରେଶନ ଅଫ୍‌ ଇଣ୍ଡିଆ (କେକେଏଫ୍‌ଆଇ) ସଭାପତି ସୁଧାଂଶୁ ମିତ୍ତଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌...

ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗ ନେବ ଭାରତ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ଭାରତୀୟ କୁସ୍ତି ଦଳ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବ। ସରକାର ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି। ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ(ଡବ୍ଲ୍ୟୁଏଫ୍‌ଆଇ) ବୁଧବାର ଆଗାମୀ...

ଟେଷ୍ଟ ଖେଳିବାକୁ ଆଶା ରଖିଥିବା ଓ୍ବାର୍ନରଙ୍କୁ ନେଇ କ୍ରିକେଟ ଅଷ୍ଟ୍ରେଲିଆର ବଡ଼ ନିଷ୍ପତ୍ତି

ସିଡନୀ,୨୫।୧୦: କ୍ରିକେଟ ଅଷ୍ଟ୍ରେଲିଆ ଭେଟେରାନ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ବାର୍ନରଙ୍କ ଉପରେ ଲଗାଯାଇଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇ ଦେଇଛି। ଏଥିଲାଗି ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ଏହି...

ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ, ପ୍ରଥମ ଭାରତୀୟ ଭାବେ…

ପୁଣେ,୨୫।୧୦: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଜୟସ୍ବାଲ ୨୦୨୪ରେ ଟେଷ୍ଟ କ୍ରିକେଟରେ ୧୦୦୦ ରନ୍‌ ପୂରଣ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ବାମହାତୀ ଏହି ବ୍ୟାଟ୍ସମ୍ୟାନ୍‌ ନ୍ୟୁଜିଲାଣ୍ଡ...

ସାଣ୍ଟନର୍‌ଙ୍କ ଆଗରେ ମୁଣ୍ଡ ନୁଆଁଇଲା ଟିମ୍‌ ଇଣ୍ଡିଆ: ନ୍ୟୁଜିଲାଣ୍ଡର ଦବ୍‌ଦବା ଜାରି

ପୁଣେ,୨୫।୧୦: ଭାରତ-ନ୍ୟୁଜିଲାଣ୍ଡ ପୁଣେ ଟେଷ୍ଟରେ ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ନ୍ୟୁଜିଲାଣ୍ଡ ୫ ଉଇକେଟ ହରାଇ ୧୯୮ ରନ ସଂଗ୍ରହ କରିଥିଲା। ଦ୍ୱିତୀୟ...

ମୁଁ ଖୁବ୍‌ଶୀଘ୍ର କରିବି ବଡ଼ ଘୋଷଣା:ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୋଷ୍ଟକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବ୍ରେକ୍‌ରେ ଅଛନ୍ତି। କିନ୍ତୁ ଶୁକ୍ରବାର ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି, ଯାହାକୁ ନେଇ...

କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌

ପୁଣେ,୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷରେ ପୁଣେ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ କୋହଲି କିଛି ବିଶେଷ କରିପାରି ନ ଥିଲେ। ସେ ମାତ୍ର ଏକ ରନ ସ୍କୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri