ଦୁର୍ଘଟଣା ପରେ ଗ୍ୟାସ୍‌ ଟ୍ୟାଙ୍କରରେ ବଡ଼ ଧରଣର ବିସ୍ଫୋରଣ: ୨୪ ମୃତ, ୨୦ଜଣଙ୍କ ଅବସ୍ଥା ଗୁରୁତର

ପୋର୍ଟ-ଅଉ-ପ୍ରିନ୍ସ,୧୫ା୯: ହାଇତିର ଦକ୍ଷିଣ ଭାଗରେ ଶନିବାର ଏକ ଗ୍ୟାସ୍‌ ଟ୍ୟାଙ୍କରରେ ବିସ୍ଫୋରଣ ଘଟି ୨୪ ଜଣଙ୍କ ମୃତ୍ୟୁ ହେବା ସହ ୪୦ଜଣ ପୋଡ଼ିଯାଇ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମିରାଗୋଆନେ ଉପକୂଳ ସହର ନିକଟରେ ଏହି ଦୁର୍ଘଟଣା ଘଟିଛି। ହାଇତି ପ୍ରଧାନମନ୍ତ୍ରୀ ଗାରି କୋନିଲେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଗୁରୁତର ଆହତଙ୍କୁ ହେଲିକପ୍ଟର ଯୋଗେ ସ୍ବତନ୍ତ୍ର ଚିକିତ୍ସା ପାଇଁ ପଠାଯାଇଛି। ଅନ୍ୟମାନେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶ ପୁରୁଷ ହୋଇଥିବା ବେଳେ ୩ ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଅନ୍ୟ ଏକ ଗାଡ଼ି ଧକ୍କାରେ ଗ୍ୟାସ୍‌ ଟାଙ୍କିରେ ଛିଦ୍ର ହୋଇଯାଇଥିଲା। ଲୋକେ ଇନ୍ଧନ ସଂଗ୍ରହ ପାଇଁ ସେଠାକୁ ଯାଇଥିବା ବେଳେ ବିସ୍ଫୋରଣ ଘଟିଥିଲା। ୨୦୨୧ରେ କାପ୍‌-ହାଇତିଆନ୍‌ ସହରରେ ଅନୁରୂପ ଭାବେ ଟ୍ୟାଙ୍କରରୁ ଲୋକେ ଇନ୍ଧନ ସଂଗ୍ରହ ଉଦ୍ୟମ କରୁଥିବା ବେଳେ ବିସ୍ଫୋରଣ ଘଟି ଅନୂ୍ୟନ ୬୦ ଜଣଙ୍କ ଜୀବନ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଚିର ଶତ୍ରୁ ହିଜବୁଲ୍ଲା: ଅନେକ ମୁସଲମାନ ଦେଶକୁ ପାଣି ପିଆଇସାରିଛି, ଜାଣନ୍ତୁ ହିଜବୁଲାର ପୁରା କାହାଣୀ

ନୂଆଦିଲ୍ଲୀ,୧୯।୯: ଗାଜାରେ ଇସ୍ରାଏଲ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ଷେ ପୂରିବାକୁ ବସିଥିବା ବେଳେ ଏହି ଯୁଦ୍ଧ ଏବେ ଇସ୍ରାଏଲ ଏବଂ ହମାସରୁ ଯାଇ ହିଜବୁଲ୍ଲା...

ଚାଞ୍ଚଲ୍ୟକର ଖୁଲାସା କଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ: ୩୭୦କୁ ନେଇ ପାକିସ୍ତାନ ସହ ଅଛି ନ୍ୟାଶନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ

ଇସଲାମାବାଦ୍‌,୧୯।୯: ଜମ୍ମୁ କଶ୍ମୀରରେ ଚାଲିଥିବା ବିଧାନସଭା ନିର୍ବାଚନ ଉପରେ ପାକିସ୍ତାନ ନଜର ରଖିଛି। ଧାରା ୩୭୦ ଏବଂ ୩୫ଏ ପୁଣି ଥରେ କଶ୍ମୀରରେ ପୁନଃକାର୍ଯ୍ୟକାରୀ ହେବ...

ଭାରତ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ କାନାଡା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଓଟଓ୍ବା,୧୯।୯: ଭାରତ ଏବଂ କାନାଡା ମଧ୍ୟରେ ପୁଣି ଥରେ ଉତ୍ତେଜନା ବଢୁଥିବା ଜଣାପଡିଛି। କାନାଡିଆନ ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ (ସିଏସ୍‌ଆଇଏସ୍‌) କହିଛି, ଚାଇନା ଏବଂ ଭାରତ...

ଭୟଙ୍କର ସ୍ଥିତି ଆଡକୁ ଯାଉଛି ବାଂଲାଦେଶ: ସେନା ହାତକୁ ଗଲା ମାଜିଷ୍ଟ୍ରେଟ କ୍ଷମତା

ଢାକା,୧୯।୯:ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଅରାଜକତାକୁ ରୋକିବାରେ ଅସଫଳ ପ୍ରମାଣ ହୋଇଛନ୍ତି। ଫଳରେ ଦେଶରେ ପୁଣି ଥରେ ସାମରିକ ଶାସନର ଆହ୍ବାନ ବଢୁଛି।...

ଅଣ୍ଡର ଓ୍ବେୟାରକୁ ନେଇ ଏମିତି ଗାଇଡ ଲାଇନ ଜାରି କଳା ଏୟାର ଲାଇନ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଓ୍ବାଶିଂଟନ, ୧୮।୯: ଆମେରିକାର ଡେଲଟା ଏୟାରଲାଇନ୍ସ ଅନ୍ତବସ୍ତ୍ର ବା ଅଣ୍ଡର ଓ୍ବେୟାରକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ଦୁଇ ପୃଷ୍ଠାର ଗାଇଡଲାଇନ ବାହାରିବା...

ମାଲାମାଲ ହେଲା ବାଂଲାଦେଶ, ଆମେରିକା ପରେ ଏବେ…

ଢାକା,୧୮।୯: ଚଳିତ ଆର୍ଥିକ ବର୍ଷରେ ବାଂଲାଦେଶକୁ ଅତିରିକ୍ତ ୨ ବିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବ ବୋଲି ବଶ୍ୱବ୍ୟାଙ୍କ ମଙ୍ଗଳବାର ଘୋଷଣା କରିଛି। ଗୁରୁତ୍ୱପୂର୍ଣ୍ଣ ସୁଧାର,...

ପେଜର କ’ଣ? କେମିତି ହୁଏ ବ୍ଲାଷ୍ଟ

ବେରୁତ,୧୮।୯: ଲେବାନନର ପେଜର୍‌ ବ୍ଲାଷ୍ଟରେ ଅତି କମରେ ନଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୩୦୦୦ଲୋକ ଆହତ ହୋଇଛନ୍ତି। ଲେବାନନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ,...

ନିର୍ବାଚନ ପ୍ରଚାର ମଧ୍ୟରେ ମୋଦିଙ୍କୁ ଭେଟିବାକୁ କାହିଁକି କହିଲେ ଟ୍ରମ୍ପ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ଓ୍ବାଶିଂଟନ,୧୮।୯: ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟ ପ୍ରତିଯୋଗିତା ହେଉଛି ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ମଧ୍ୟରେ। ନିର୍ବାଚନ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri