Categories: ଜାତୀୟ

ବିହାରରେ ୨୪ ଘଣ୍ଟିଆ ବନ୍ଦ ପାଳନ

ପାଟନା,୧୮ା୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଶନିବାର ବିହାରରେ ବନ୍ଦ ପାଳନ କରାଯାଇଛି। ଅନ୍ୟପକ୍ଷେ ପୋଲିସ ପ୍ରଶାସନ ପକ୍ଷରୁ ରାଜ୍ୟର ବିଭିନ୍ନ ସହରରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟ୍‌ସ ଆସୋସିଏଶନ୍‌ (ଏଆଇଏସ୍‌ଏ) ନେତୃତ୍ୱରେ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଛାତ୍ର ସଙ୍ଗଠନଗୁଡ଼ିକ ପକ୍ଷରୁ ବିହାର ବନ୍ଦ’ ଡାକରା ଦିଆଯାଇଛି। ଅନ୍ୟପକ୍ଷେ ରାଜ୍ୟବ୍ୟାପୀ ୨୪ ଘଣ୍ଟିଆ ବନ୍ଦ ପାଳନକୁ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସମେତ ବାମଦଳଗୁଡ଼ିକ ସମର୍ଥନ କରିଛନ୍ତି। ରାଜ୍ୟର ବିଭିନ୍ନ ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ବନ୍ଦ ପାଳନ ବେଳେ ଅତ୍ୟାବଶ୍ୟକ ସେବାକୁ ପ୍ରତିବନ୍ଦକରୁ ହଟାଇ ଦିଆଯାଇ ଥିବା ଜଣାପଡିଛି। ରାଜ୍ୟରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଅଗ୍ନିପଥ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର ଦାବି କରି ଆନ୍ଦୋଳନକାରୀମାନେ ଗତ ୩ ଦିନ ହେଲା ବିହାରରେ ହିଂସାକାଣ୍ଡ ଘଟାଇବା ସହ ସହ ଟ୍ରେନ, ବସ୍‌କୁ ଜାଳି ଦେଇଛନ୍ତି। ଅନ୍ୟପକ୍ଷେ
ହିଂସାତ୍ମକ ପ୍ରତିବାଦକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରାୟ ଏକ ତୃତୀୟାଂଶ ୧୨ଟି ଜିଲାର ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ଏପରିକି ପୋଲିସ ୩ ଦିନ ମଧ୍ୟରେ ପ୍ରାୟ ୩୨୦ ଜଣ ଲୋକଙ୍କୁ ଗିରଫ କରିଛି। ରାଜ୍ୟରେ ହିଂସାକାଣ୍ଡ ଘଟଣାରେ ୬୦ ଟି ମାମଲା ରୁଜୁ ହୋଇଛି।

Share