Categories: ଖେଳ

ଫାୟାର ଆର୍ମ ଟ୍ରେନିଂରେ ୨୪ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୧୨ା୬ (ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମସ୍ଥିତ ୫୦ ମିଟର ଫାୟାର ଆର୍ମ ଶୁଟିଂ ରେଞ୍ଜ୍‌ଠାରେ ଓଡ଼ିଶା ରାଇଫଲ ଆସୋସିଏଶନ ଆନୁକୂଲ୍ୟରେ ୯ ତାରିଖରୁ ଚାଲିଥିବା ଫାୟାର ଆର୍ମ ଟ୍ରେନିଂ ଶିବିର ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ୨୪ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବା ସହ ସାର୍ଟିଫିକେଟ ହାସଲ କରିଛନ୍ତି। ଶିବିରରେ ଓଡ଼ିଶା ରାଇଫଲ ଆସୋସିଏଶନର ଯୁଗ୍ମ ସମ୍ପାଦକ ବଳଭଦ୍ର ଦାସ ଓ ଆଇଏସ୍‌ଏସ୍‌ଏଫ୍‌ କୋଚ୍‌ ଆଶିଷ ନାୟକ ପ୍ରଶିକ୍ଷଣ ଦେଇଥିଲେ। ୩ ଦିନିଆ ପ୍ରଶିକ୍ଷଣ ଶିବିରରେ ପରୀକ୍ଷାର୍ଥୀଙ୍କୁ ରାଇଫଲ, ପିସ୍ତଲ, ଶଟଗନ୍‌ ସମ୍ବନ୍ଧୀୟ ଜ୍ଞାନ ବ୍ୟବହାର ବିଧି, ସୁରକ୍ଷା ନିୟମ ବନ୍ଧୁକର ଯତ୍ନ ସହ ବନ୍ଧୁକ ଚାଳନା ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। କୃତୀ ଶିବିରାର୍ଥୀମାନଙ୍କୁ ଓଡ଼ିଶା ରାଇଫଲ ଆସୋସିଏଶନ ସମ୍ପାଦକ ଡ. ହରି ପ୍ରସାଦ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଗୌରୀ ମହାନ୍ତି ପ୍ରମାଣପତ୍ର ପ୍ରଦାନ କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ରାଜ୍ୟ ସଂଘ ସମ୍ପାଦକ ଅନଙ୍ଗ ଉଦୟ ସିଂଦେଓ ଏବଂ ରାଜ୍ୟ ରାଇଫଲ ସଂଘର ପୃଷ୍ଠପୋଷକ ତଥା ଜାତୀୟ ରାଇଫଲ ସଂଘର ବରିଷ୍ଠ ଉପସଭାପତି କଳିକେଶ ନାରାୟଣ ସିଂଦେଓ ଏବଂ ଉପସଭାପତି ରୋମିଓକାନ୍ତ ନନ୍ଦ ଶୁଭେଚ୍ଛା ଜଣାଇଛନ୍ତି।

Share