ଗୋଟିଏ କୋଠାରୁ ୨୪ ପଜିଟିଭ ଚିହ୍ନଟ: ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ସିଏମ୍‌ସି

କଟକ ଅଫିସ,୨୫।୮: କଟକ ସହରର ୨୬ ନମ୍ବର ୱାର୍ଡ଼ସ୍ଥିତ କୁମ୍ଭାରସାହିର ଗୋଟିଏ କୋଠାରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ସେହି କୋଠାକୁ ସୋମବାର ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏଠାରେ ସମସ୍ତଙ୍କ କରୋନା ପରୀକ୍ଷା ସହ କଣ୍ଟାକ୍ଟ ଟ୍ରେସିଂ ହେବ ବୋଲି କଟକ ମହାନଗର ନିଗମ (ସିଏମ୍‌ସି) କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି। କୋଠାରୁ କେହି ବାହାରକୁ କିମ୍ବା ବାହାରୁ କେହି ଉକ୍ତ କୋଠାକୁ ଯାଇପାରିବେ ନାହିଁ। କୋଠାରେ ରହୁଥିବା ଲୋକଙ୍କୁ ସ୍ଥାନୀୟ ପୂଜା କମିଟି ଜରିଆରେ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ପରିମଳ ପାଇଁ ଭଗବାନ ଲେଙ୍କା, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ବିଶ୍ୱରଞ୍ଜନ ରୟ ଓ ଚିକିତ୍ସା ସହାୟତା ପାଇଁ ଶିବ ଶଙ୍କର ସିଂଙ୍କୁ ଦାୟିତ୍ୱ ଦିଆଯାଇଛି।

Share