ଇମ୍ଫାଲ,୭ା୪: ମଣିପୁର ହିଂସାର ୧୧ ମାସ ପରେ ମଧ୍ୟ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବିସ୍ଥାପିତ ହୋଇ ବିଭିନ୍ନ ରିଲିଫ କ୍ୟାମ୍ପ୍ରେ ମୁଣ୍ଡ ଗୁଞ୍ଜିଛନ୍ତି। ମଣିପୁରରେ ଏପ୍ରିଲ ୧୯ ଏବଂ ୨୬ ତାରିଖ ୨ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ହେବ ।
ହେଲେ ଗୋଟିଏ ଗୋଷ୍ଠୀ ଜନସାଧାରଣଙ୍କ ମଧ୍ୟରେ ମତଦାନ ବିରୋଧୀ ମାନସିକତା ଦେଖାଦେଇଛି। ଫଳରେ ସେଠାରେ ନିର୍ବାଚନ କରାଇବା ନିର୍ବାଚନ କମିଶନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ଭୋଟକୁ ଆଉ ୨ ସପ୍ତାହରୁ କମ୍ ସମୟ ଥିବାବେଳେ ଏପର୍ଯ୍ୟନ୍ତ ପ୍ରଚାର ଜମିନାହିଁ।
ବିସ୍ଥାପିତଙ୍କ ମଧ୍ୟରୁ ୨୪,୫୦୦ ଯୋଗ୍ୟ ଭୋଟର ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମତଦାନ ପାଇଁ ରିଲିଫ୍ କ୍ୟାମ୍ପ୍ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ଝା କହିଛନ୍ତି।