Categories: ଜାତୀୟ

୨୪୦ ତୀର୍ଥଯାତ୍ରୀ ଯିବେ ପାକିସ୍ତାନ…

ନୂଆଦିଲ୍ଲୀ, ୨୭।୯ : ଅକ୍ଟୋବର ୨୮ରେ ଭାରତରୁ ୨୪୦ ଶିଖ ସମ୍ପ୍ରଦାୟର ତୀର୍ଥଯାତ୍ରୀ ପାକିସ୍ତାନ ଯାତ୍ରା କରିବେ। ସମସ୍ତେ ଗୁରୁଦ୍ୱାର ପଞ୍ଜା ସାହିବରେ ସାକା ପଞ୍ଜା ସାହିବ ଶତବାର୍ଷିକୀ ଉତ୍ସବରେ ଅଂଶଗ୍ରହଣ କରିବେ। ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ଅଧ୍ୟକ୍ଷ ହରମୀର ସିଂ କାଲକା କହିଛନ୍ତି ଯେ ଶିଖ ତୀର୍ଥଯାତ୍ରୀ ପାକିସ୍ତାନର ହାସନ ଅବଦାଲ ଯିବେ।

ତୀର୍ଥଯାତ୍ରୀମାନେ ଅଟ୍ଟାରୀ-ୱାଘା ସୀମା ପୋଷ୍ଟରୁ ପାକିସ୍ତାନରେ ପହଞ୍ଚି ନଭେମ୍ବର ୨ରେ ଅମୃତସରକୁ ଫେରିବେ। ପାକିସ୍ତାନ ଗସ୍ତ ସମୟରେ ସମସ୍ତ ତୀର୍ଥଯାତ୍ରୀ ଲାହୋର ଏବଂ ନାନକାନା ସାହିବ ସମେତ ପାକିସ୍ତାନର ଅନ୍ୟ ଗୁରୁଦ୍ୱାର ଯାତ୍ରା ମଧ୍ୟ କରିବେ।

କାଲକା କହିଛନ୍ତି, ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୪୦ ଜଣ ତୀର୍ଥଯାତ୍ରୀଙ୍କୁ ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ଫରିଦାବାଦ ଏବଂ ଗାଜିଆବାଦରୁ ଡିଏସଜିଏମସି ଦ୍ୱାରା ପଠାଯିବ। ପାକିସ୍ତାନ ଯାଉଥିବା ସମସ୍ତ ଯାତ୍ରୀଙ୍କୁ ୭୨ ଘଣ୍ଟା ପୂର୍ବରୁ କରୋନା ପରୀକ୍ଷା କରିବାକୁ ପଡିବ ବୋଲି ସେ କହିଛନ୍ତି। ତୀର୍ଥଯାତ୍ରୀଙ୍କ ରହିବା ପାଇଁ ପାକିସ୍ତାନ ସରକାର ବ୍ୟବସ୍ଥା କରିବେ ବୋଲି ଡିଏସଜିଏମସି ସାଧାରଣ ସମ୍ପାଦକ ଜଗଦୀପ ସିଂ କାହଲୋଂ କହିଛନ୍ତି।

Share