Categories: ଜାତୀୟ

ଦିଲ୍ଲୀରେ ୨୪ ହଜାର କରୋନା ପଜିଟିଭ: ଚିନ୍ତାବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୭।୪: କଟକଣା ସ୍ବତ୍ତ୍ୱେ ରାଜଧାନୀ ଦିଲ୍ଲୀରେ କରୋନା ଗ୍ରାଫ୍‌ ଉପରମୁହାଁ ହେବାରେ ଲାଗିଛି। ଶନିବାର ଗୋଟିଏ ଦିନରେ ଦିଲ୍ଲୀରେ ୨୪ ହଜାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଏବଂ ଚିନ୍ତାଜନକ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଶଯ୍ୟା ଓ ଅକ୍ସିଜେନର ଅଭାବ ଦେଖା ଦେଇଛି। ଦିଲ୍ଲୀରେ କରୋନା ସଂକ୍ରମିତ ହାର ଦିନକରେ ୨୪ ପ୍ରତିଶତକୁ ବୃଦ୍ଧି ପାଇଛି। ଏନେଇ ଜନସାଧାରଣଙ୍କୁ ଜରୁରୀ କାମ ନ ଥିଲେ ଘରେ ରହିବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି।

Share